ଓଡ଼ିଶାରେ ବଦଳିବ ଆପାର୍ଟମେଂଟ କିଣାବିକା ନିୟମ
ରାଜ୍ୟପାଳଙ୍କୁ ନିକଟକୁ ଅର୍ଡିନାନ୍ସ ଯାଇଛି : ମନ୍ତ୍ରୀ
ରାଜ୍ୟରେ ପୂର୍ବରୁ ଆପାର୍ଟମେଂଟ କିଣାବିକାରେ କରାଯାଇଥିବା ନିୟମକୁ ରାଜ୍ୟର ବିଜେପି ସରକାର ବଦଳାଇବାକୁ ଯାଉଛନ୍ତି ।
ନୂତନ ନିୟମ ଅନୁଯାୟୀ, ଆପାର୍ଟମେଂଟ କିଣାବିକା ଓ କମନ ସ୍ପେସ ରେଜିଷ୍ଟ୍ରେସନ ପାଇଁ ଅର୍ଡିନାନ୍ସ ଆସିବ । କ୍ୟାବିନେଟରେ ଏହାକୁ ମଞ୍ଜୁରୀ ମିଳିସାରିଛି; ମାତ୍ର ବିଧାନସଭାବନ୍ଦ ଥିବାରୁ ଅର୍ଡିନାନ୍ସ ଆସିନି ।
ଏଣୁ ବିକଳ୍ପ ଭାବେ ଏକ ଅର୍ଡିନାନ୍ସ ରାଜ୍ୟପାଳଙ୍କ ନିକଟକୁ ଯାଇଛି ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।
ଗୋଟିଏ ସପ୍ତାହ ମଧ୍ୟରେ ଏହା ପାସ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।
ରାଜ୍ୟପାଳଙ୍କ ମଞ୍ଜୁରୀ ମିଳିଲେ ରାଜ୍ୟର ପ୍ରାୟ ୩୦ ହଜାରରୁ ଅଧିକ ଲୋକ ଉପକୃତ ହେବେ । ଯଦି କୌଣସି ଅଫିସରଙ୍କ ନିକଟରେ କାହାରି ଆପାର୍ଟମେଂଟ କିଣା ସଂକ୍ରାନ୍ତୀୟ ଫାଇଲ ଅଟକି ରହିଥିବା ଅଭିଯୋଗ ହୋଇ ପ୍ରମାଣିତ ହେଲେ ସମ୍ପୃକ୍ତ ଅଧିକାରୀ ଜରିମାନା ଗଣିବେ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।
ଯଦି ଏଭଳି ଘଟଣା ସାମ୍ନାକୁ ଆସେ ତା’ହେଲେ ସମ୍ପୃକ୍ତ ଅଧିକାରୀ ଯିଏ ଫାଇଲକୁ ଉଦେ୍ଦଶ୍ୟମୂଳକ ଭାବେ ଅଟକାଇ ରଖିଥିବେ ସେ ଦୈନିକ ୨୫୦ ଟଙ୍କା ଲେଖାଏଁ ଜରିମାନା ଗଣିବେ ବୋଲି ମନ୍ତ୍ରୀ କହିଛନ୍ତି ।