ଅପରେସନ ସିନ୍ଦୁରକୁ ବର୍ଷେ
ମାତ୍ର ୩ ଦିନରେ ହାତ ଟେିକିଥିଲା ପାକିସ୍ତାନ
ଗତ ୨୦୨୫ ଆଜିକା ଦିନ ଅର୍ଥାତ୍ ଜୁନ ୭ ତାରିଖରେ ପହଲଗାଓଁରେ ଆତଙ୍କବାଦୀଙ୍କ ଆକ୍ରମଣରେ ମୃତୁ୍ୟବରଣ କରିଥିବା ନିରୀହ ଭାରତୀୟଙ୍କ ପ୍ରତିଶୋଧ ନେବାକୁ କେନ୍ଦ୍ରର ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ବିଜେପି ସରକାର ଓ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଭାରତୀୟ ସେନା ପକ୍ଷରୁ ‘ଅପରେସନ ସିନ୍ଦୁର’ କରାଯାଇଥିଲା ।
ଏହାକୁ ଆଜି ୧ ବର୍ଷ ପୂରଣ ହୋଇଛି । ଏହି ଅବସରରେ ଆଜି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏଥିପାଇଁ ଭାରତୀୟ ସେନାକୁ ଭୂୟସୀ ପ୍ରଶଂସା କରିବା ସହ ଆତଙ୍କବାଦକୁ କଦାପି ବରଦାସ୍ କରାଯିବନି ବୋଲି କହିଛନ୍ତି ।
ସୂଚନାଥାଉ କି, ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ଦ୍ୱାରା ପହଲଗାଓଁ ଆତଙ୍କୀ ହମଲାରେ ଆମର ୨୬ ଜଣ ନିରୀହ ନାଗରିକ ପ୍ରାଣ ହରାଇଥିଲେ । ଏହାକୁ ନେଇ ଦେଶ ତମାମ ପ୍ରତିକ୍ରିୟା ଓ କ୍ରୋଧ ଦେଖାଯାଇଥିଲା । ଏହାର ଅଳ୍ପକିଛି ଦିନ ପରେ କେନ୍ଦ୍ରର ବିଜେପି ସରକାର ପାକିସ୍ତାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରସ୍ତାବ ଦେଇଥିଲା । ଯାହାକୁ ମାନ୍ୟବର ରାଷ୍ଟ୍ରପତି ଅନୁମୋଦନ ପ୍ରଦାନ କରିଥିଲେ ।
ଫଳରେ ଜୁନ ୭ ତାରିଖରୁ ପାକିସ୍ତାନ ଉପରେ ସ୍ଥଳ ଓ ଆକାଶମାର୍ଗରୁ ଭାରତ ପକ୍ଷରୁ ପ୍ରଚଣ୍ଡ ଆକ୍ରମଣ କରାଯାଇଥିଲା ।
ଭାରତୀୟ ବାୟୁସେନାର ସୁଖୋଇ-ଏମକେ-୩୦ ଓ ଫ୍ରାନ୍ସ ନିକଟରୁ କିଣାଯାଇଥିବା ରାଫେଲ ଯୁଦ୍ଧବିମାନ ପାକିସ୍ତାନର କରାଚି ପର୍ଯ୍ୟନ୍ତ ଭିତରେ ପଶି ସେଠାରେ ଥିବା ଆତଙ୍କବାଦୀଙ୍କ ଆଡ୍ଡାକୁ ବୋମା ଓ ମିସାଇଲ ମାରି ଧ୍ୱଂସ ବିଧ୍ୱଂସ କରିଦେଇଥିଲେ ।
ଏପରିକି ପାକିସ୍ତାନକୁ ଚୀନ ଦେଇଥିବା ଏୟାର ଡିଫେନ୍ସ ସିଷ୍ଟମ ମଧ୍ୟ କାମ କଲାନି । ଫଳରେ ଭାରତୀୟ ବାୟୁସେନାର ଫାଇଟର ପ୍ଲେନ ପାକିସ୍ତାନ ଭିତରେ ପଶି ଗୋଟାକ ପରେ ଗୋଟିଏ ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିବା ସହିତ ପାକିସ୍ତାନ ସେନାର ଅସ୍ତ୍ରାଗାର, ତା’ର ବାୟୁସେନାର ବିମାନଘାଟିକୁ ବ୍ରହ୍ମୋସ ମିସାଇଲ ମାରି ଛାରଖାର କରିଦେଇଥିଲା ।
ପ୍ରବଳ କ୍ଷତି ସହିଥିବା ପାକିସ୍ତାନ ବାଧ୍ୟ ହୋଇ ୩ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକାର ଶରଣାପନ୍ନ ହୋଇଥିଲା ।
ପରେ ପ୍ରଧାମନ୍ତ୍ରୀ ମୋଦିଙ୍କୁ ଆକ୍ରମଣ ବନ୍ଦ କରିବା ପାଇଁ ଟ୍ରମ୍ପ ଅନୁରୋଧ କରିବାକୁ ଯୁ୍ଦ୍ଧ ବନ୍ଦ ହୋଇଥିଲା ।