କୋଲକତାରେ ଅମିତ ଶାହ, ମୋହନ ମାଝୀ
ଆସନ୍ତା କାଲି ଶପଥ ନେବେ ନୂତନ ମୁଖ୍ୟମନ୍ତ୍ରୀ
କୋଲକତାରେ ପହଂଚିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶ୍ରୀ ଶାହ ପର୍ଯ୍ୟବେକ୍ଷକ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସହ ପର୍ଯ୍ୟବେକ୍ଷକ ଭାବେ ପହଂଚି ଆସନ୍ତା କାଲି କିଏ ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ହେବେ ସେ ନେଇ କାର୍ଯ୍ୟପନ୍ଥା ସ୍ଥିର କରିବେ । ଆସନ୍ତା କାଲି ବି୍ରଗେଡ ପରେଡ ଗ୍ରାଉଣ୍ଡରେ ନୂତନ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ ।
ସୂଚନାଥାଉ କି, ଚଳିତ ବିଧାନସଭା ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପି ଏକକ ଦଳ ଭାବେ ଗରିଷ୍ଠତା ହାସଲ କରିଛି । ୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭାରେ ଏଥରକ ବିଜେପି ଆଶ୍ଚର୍ଯ୍ୟଜନକ ଭାବେ ୨୦୭ଟି ସିଟରେ ବିଜୟୀ ହୋଇଥିବାବେଳେ ପ୍ରାକ୍ତନ କ୍ଷମତାସୀନ ମମତା ବାନାର୍ଜୀଙ୍କ ଅଲଇଣ୍ଡିଆ ତୃଣମୂଳ କଂଗ୍ରେସ (ଏଆଇଟିସି) ୮୦, ଇଣ୍ଡିଆନ ନ୍ୟାସନାଲ କଂଗ୍ରେସ (ଆଇଏନସି) ୨, ଆମ ଜନତା ଉନ୍ନୟନ ପାର୍ଟି ୨ ଏବଂ ସିପିଆଇ(ଏମ୍) ଓ ଏଆଇଏସଏଫ ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି ।
ତେବେ ବର୍ତମାନ ବିଜେପି ସରକାର ଗଠନ କରିବା ଏକରକମ ନିଶ୍ଚିତ ହୋପଡ଼ିଥିବାବେଳେ କିଏ ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ହେବେ ତାହାକୁ ନେଇ ସସପେନ୍ସ ଲାଗି ରହିଛି ।
କାରଣ ଏବେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ସର୍ବାଗ୍ରେ ଅଛନ୍ତି ଶୁଭେନ୍ଦୁ ଅଧିକାରୀ । ତାଙ୍କ ପରେ ରହିଛନ୍ତି ବରିଷ୍ଠ ବିଜେପି ନେତା ଦିଲୀପ ଘୋଷ, ବିଜେପି ମୁଖପାତ୍ର ସମିକ ଭଟ୍ଟାଚାର୍ଯ୍ୟ ଏବଂ ମହିଳା ନେତ୍ରୀ ଅଗ୍ନ୍ିମିତ୍ରା ପାଲ ।
ତେବେ ଖୁବ ଶୀଘ୍ର ପଶ୍ଚିମବଙ୍ଗ ସିଏମଙ୍କ ନାମ ଘୋଷିତ ହୋଇପାରେ ବୋଳି ସୂଚନା ମିଳିଛି ।
ପଶ୍ଚିମବଙ୍ଗରେ ମଧ୍ୟ ଓଡ଼ିଶା ଭଳି ଜଣେ ମୁଖ୍ୟମନ୍ତ୍ରୀ ଓ ୨ ଜଣ ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ତେବେ ଉପମୁଖ୍ୟମନ୍ତ୍ରୀ ଜଣେ ମହିଳା ହୋଇପାରନ୍ତି ବୋଲି ଶୁଣିବାକୁ ମିଳୁଛି ।
ଅନ୍ୟ ଉପମୁଖ୍ୟମନ୍ତ୍ରୀ ଆଦିବାସୀ ସମୁଦାୟରୁ ହୋଇପାରନ୍ତି ।
ତେବେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ସର୍ବାଗ୍ରେ ଅଛନ୍ତି ଶୁଭେନ୍ଦୁ ଅଧିକାରୀ । ଉପମୁଖ୍ୟମନ୍ତ୍ରୀ ପାଇଁ ନିତିଶ ପରମାଣିକ ବା ଅଗ୍ନିମିତ୍ରା ପଲଙ୍କ ନାଁ ଚର୍ଚ୍ଚାରେ ରହିଛି ।