କେରଳରେ ଥମୁନି ମୁଖ୍ୟମନ୍ତ୍ରୀ ସସପେନ୍ସ
ପଦକୁ ନେଇ କଂଗ୍ରେସରେ ଛକାପଞ୍ଝା
ଏହି ସିଏମ ରେସରେ ୩ ଜଣ ଦାବିଦାର
ତେବେ କିଏ କେରଳମ ର ମୁଖ୍ୟମନ୍ତ୍ରୀ ହେବେ ସେ ନେଇ କଂଗ୍ରେସ ହାଇକମାଣ୍ଡଙ୍କ ସହ ବିଚାର ବିମର୍ଶ ଚାଲିଛି ।
ଆଜି କେରଳମ ମୁଖ୍ୟମନ୍ତ୍ରୀଙ୍କ ନାମ ଚୂଡ଼ାନ୍ତ ହେବା ସମ୍ଭାବନା ରହିଛି ।
ତେବେ ବିଧାନସଭା ନିର୍ବାଚନର ଫଳାଫଳ ସପ୍ତାହ ତଳେ ପ୍ରକାଶ ହୋଇସାରିଥିବାବେଳେ ଛିଣ୍ଡୁନି କେରଳରେ ମୁଖ୍ୟମନ୍ତ୍ରୀ ଅଙ୍କ ।
ବର୍ତମାନ ସିଏମ ରେସରେ ବରିଷ୍ଠ କଂଗ୍ରେସନେତା ଭି.ଡି.ସତୀଶନ, କେ.ସି.ଭେଣୁଗୋପାଳ ଏବଂ ରମେଶ ଚେନ୍ନିତାଲା ପ୍ରମୁଖ ରହିଛନ୍ତି ।