ରାଜଧାନୀରେ ପୁଣି ପିଟିଲା ‘ଆମ ବସ୍’
ରାଜଧାନୀରେ ପୁଣି ଆମ ବସ ଦୁର୍ଘଟଣାଗ୍ରସ୍ତ ।
ଏକ ବାଇକ୍କୁ ପିଟିଛି ‘ଆମ ବସ୍’ ।
ବାଇକ ଆରୋହୀଙ୍କୁ ପଛପଟୁ ପିଟିଲା ଆମ ବସ୍ ।
ଜୟଦେବ ବିହାରରୁ ଆଚାର୍ଯ୍ୟ ବିହାର ରାସ୍ତାରେ ଏହି ଦୁର୍ଘଟଣା ଘଟିଛି ।
ରୁଟ ନଂ ୯ରେ ଯାଉଥିବା ଏହି ବସର ଡ୍ରାଇଭର ନିୟନ୍ତ୍ରଣ ହରାଇ ଜଣେ ବାଇକକୁ ପଛପଟୁ ପିଟିବାରୁ ବାଇକ ଆରୋହୀ ତଳେ ପଡ଼ିଯାଇଥିଲେ ।
ଏଥିରେ ଜଣେ ଯୁବକ ଆହତ ହୋଇଥିବାବେଳେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତି କରାଯାଇଛି ।
ଏହାକୁ ନେଇ ଘଟଣାସ୍ଥଳରେ ଚାପା ଉତେଜନା ସୃଷ୍ଟି ହୋଇଥିଲା ।
ଉତ୍ୟକ୍ତ ଲୋକେ ବସ୍ର ସାମ୍ନା କାଚ ବାଡ଼େଇ ଭାଙ୍ଗିଦେଇଥିଲେ ।
ପୁଲିିସ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲା ।