ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଏନ ରଙ୍ଗାସ୍ୱାମୀଙ୍କ ଦାୟିତ୍ୱ ଗ୍ରହଣ
ବୁୁଧବାର ପୁଡ଼ୁଚେରୀର ମୁଖ୍ୟମନ୍ତ୍ରୀ ଭାବେ ଏନ ରଙ୍ଗାସ୍ୱାମୀ ଦାୟିତ୍ୱ ଗ୍ରହଣ କରିଛନ୍ତି ।
ଏଆଇଏନଆରସି ପ୍ରତିଷ୍ଠାତା ପୁଡୁଚେରୀର ମୁଖ୍ୟମନ୍ତ୍ର ଭାବେ ଶପଥ ଗ୍ରହଣ କରିଛନ୍ତି ।
ପୁଡୁଚେରୀର ଏଲଜି କେ କୈଳାଶନାଥନ ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଥିଲେ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବିନଙ୍କ ଉପସ୍ଥିତିରେ ଶପଥ ଗ୍ରହଣ କରାଯାଇଥିଲା ।
ସମାରୋହ ପରେ ସାମ୍ବାଦିକଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଭୋଟରଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ ଏବଂ ନବଗଠିତ ଏନଡିଏ ସରକାରଙ୍କ ପ୍ରାଥମିକତା ଉପରେ ଆଲୋକପା କରିଥିଲେ । ‘ଜନତାଙ୍କ କଲ୍ୟାଣ ପାଇଁ ସମସ୍ତ ଅବାଶ୍ୟକୀୟ ଯୋଜନାକୁ ଆହୁରି ପ୍ରଭାବଶାଳୀ ଭାବେ କାର୍ଯ୍ୟକାରୀ କରିବା ଆମ ସରକାରଙ୍କ କର୍ତବ୍ୟ ।
ଆମେ ନିଶ୍ଚିତ ଭାବେ ଏହି ଦାୟିତ୍ୱକୁ ଉକ୍ରର୍ଷତାର ସହିତ ପାଳନ କରିବୁ,’ ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ।
ପୁଡୁଚେରୀ ସରକାରରେ ବିଜେପି ନେତା ଏ ନମାସ୍ପିଭୟମ ମଧ୍ୟ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।
ଏଆଇଏନଆରସି ନେତା ମଲ୍ଲାଦି କୃଷ୍ଣା ରାଓ, ଯିଏକି କ୍ୟାବିନେଟରେ ସାମିଲ ହେବେ, ସେ କହିଛନ୍ତି ଯେ ମୁଁ ଚତୁର୍ଥ ଥର ପାଇଁ ଦାୟିତ୍ୱ ନେଉଛି । ଏହି ସପ୍ତାହରେ କିମ୍ବା ପରବର୍ତୀ ସପ୍ତାହରେ ବିଭାଗ ପ୍ରଦାନ କରାଯିବ ।