ଗଡ଼ିବନି ବସ !
ସମଗ୍ର ଦେଶ ସହ ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ସଂକଟ ଏବେ ଚରମ ସୀମାରେ ପହଂଚିଛି । ଯାହାକୁ ନେଇ ଅଧିକ ଚନ୍ତାରେ ପଡ଼ିଛନ୍ତି ରାଜ୍ୟ ଘରୋଇ ବସ ମାଲିକ ସଂଘ ।
ଏହାରି ଭିତରେ ଘରୋଇ ବସ ସଂଘ ସମ୍ପାଦକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଏଭଳି ସମସ୍ୟା ଲାଗି ରହେ, ତେବେ ଆଗାମୀ ଏକ ସପ୍ତାହ ମଧ୍ୟରେ ଘରୋଇ ବସ ଚଳାଚଳ ବନ୍ଦ କରିବାକୁ ବାଧ୍ୟ ହେବେ । ସରକାର ଏଥିପ୍ରତି ତୁରନ୍ତ ଧ୍ୟାନ ଦେବାକୁ ସେ ଅନୁରୋଧ କରିଛନ୍ତି ।
ପବ୍ଲିକ ଟ୍ରାନ୍ସପୋର୍ଟ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ଏବଂ କାର୍ଡ ବ୍ୟବସ୍ଥା କରି ଡିଜେଲ ଦେବାକୁ ଅନୁରୋଧ କରିଛନ୍ତି । ବର୍ତମାନ ରାଜରେ ମୋଟ ୧୪ହଜାର ଘରୋଇ ବସ ଚଳାଚଳ କରୁଛି ।
ତେଲ ନ ମିଳିବା କାରଣରୁ ପ୍ରାୟ ଦୁଇ ହଜାର ବସ୍ ବନ୍ଦ ଅବସ୍ଥାରେ ରହିଛି । ଗ୍ରାମାଂଚଳରେ ତେଲ ନ ମିଳିବା କାରଣରୁ ବସଗୁଡ଼ିକ ଆସିପାରୁ ନାହିଁ ।
ସେପଟେ ପେଟ୍ରୋଲ-ଡିଜେଲ ଉପରେ ଆଜି ବଡ଼ ନିଷ୍ପତି ଆସିପାରେ । ସରକାରୀ ସ୍ତରରେ ମଧ୍ୟ କିଛି ବଡ଼ ନିଷ୍ପତି ସରକାର ନେଇପାରନ୍ତି । ଯାହାକୁ ନେଇ ମୁଖ୍ୟ ଶାସନ ସଚିବ ଇଙ୍ଗିତ କରିଥିବା ମନେହୁଏ ।