ତରଭୁଜ ଖାଇ ଜଣେ ମୃତ, ୪ ଅସୁସ୍ଥ
ତରଭୁଜ ଖାଇ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅନ୍ତର୍ଗତ କୁପୁଣି ଗ୍ରାମରେ ଗୋଟିଏ ପରିବାରରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୫ଜଣ ଗୁରୁତର ଅବସ୍ଥାରେ ହାସପାତାଳରେ ଚିକିତ୍ସାଧୀନ ରହିଥିବା ଜଣାପଡ଼ିଛି ।
ଆହୁରି ଜଣାପଡ଼ିଛି ଯେ କୁପୁଣି ଗ୍ରାମର ଏକ ପରିବାରରେ କିଛି ସଦସ୍ୟ ତରଭୁଜ ଖାଇଥିଲେ । ଖାଇବାର କିଛି ସମୟ ମଧ୍ୟରେ ପରିବାରର ୫ଜଣ ସଦସ୍ୟ ଅସୁସ୍ଥ ହୋଇପଡ଼ିଥିଲେ ।
ସଙ୍ଗେ ସଙ୍ଗେ ସେମାନଙ୍କୁ ହାସପାତାଳକୁ ନିଆଯାଇଥିଲା । କିନ୍ତୁ କଟକରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଥିଲା ।
ମୃତକଜଣକ ଜଣେ ନାବାଳକ ଏବଂ ତାର ନାମ ସ୍ୱାଧୀନ ସେନାପତି ବୋଲି ଜଣାପଡ଼ିଛି । ତେବେ ଅନ୍ୟ ୪ଜଣ ଏବେ ବି ଚିକିତ୍ସାଧୀନ ରହିଛନ୍ତି ।
ମୃତକଙ୍କ ପିତା ପଂଚାନନ ସେନାପତି ଏବେବି କେନ୍ଦ୍ରାପଡ଼ାର ଏକ ହାସପାତାଳରେ ଚିକିତ୍ସାଧୀନ ରହିଛନ୍ତି ।