ଶୁଭେନ୍ଦୁଙ୍କୁ ହତ୍ୟା ଧମକ, ଜଣେ ଗିରଫ
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଇ-ମେଲ ଜରିଆରେ ହତ୍ୟା ଧମକ ଦେଇଥିବା ଜଣେ ବ୍ୟକ୍ତିକୁ ପୁଲିସ କଲକାତାର ଗାର୍ଡେନରିଚ ଅଂଚଳରୁ ଗିରଫ କରିଛି ।
ହସନୈନ ଇକବାଲ ନାମକ ଏହି ୨୭ବର୍ଷୀୟ ବ୍ୟକ୍ତିଜଣକ ଇ-ମେଲ ବାର୍ତାରେ ଧମକ ଦେଇଥିବା ପୁଲିସ କହିଛି ।
ଚଳିତମାସ ୧୪ ତାରିଖରେ ଭବାନୀପୁର ଥାନାକୁ ମିଳିଥିବା ଏହି ବାର୍ତାରେ ଉଲ୍ଲେଖ କରାଯାଇଛି ଯେ ଅଲ କାଏଦା ଆତଙ୍କବାଦୀ ସଂଗଠନର ସହାୟତାରେ ଆତ୍ମଘାତୀ ବିସ୍ଫୋରଣ ଜରିଆରେ ଶୁଭେନ୍ଦୁ ଅଧିକାରୀଙ୍କୁ ହତ୍ୟା କରାଯିବ । ତେବେ ଏହି ବାର୍ତା ଜଣେ ମହିଳାଙ୍କ ନାମରେ ପଠାଯାଇଛି ।
ଧମକ ମଳିବା ପରେ କଲକାତା ପୁଲିସର ସାଇବର ଶାଖା ତତ୍ପର ହୋଇ ଉଠିଥିଲା । ପ୍ରାଥମିକ ତଦନ୍ତ ପରେ ଗାର୍ଡେନ ରିଚ ଅଂଚଳର ଗୁଲାମ ଆବାସ ଲେନରେ ବାସ କରୁଥିବା ହସନୈନକୁ ପୁଲିସ ଗିରଫ କରିଛି ।