ଗୁଜୁରାଟ ପହଂଚିଲା ଏଲପିଜି ଟ୍ୟାଙ୍କର
ମଧ୍ୟପ୍ରାଚ୍ୟ ରାଷ୍ଟ୍ରରୁ ୨୦ ହଜାର ଟନ ରନ୍ଧନ ଗ୍ୟାସ ବୋଝେଇ ହୋଇଥିବା ଏଲପିଜି ଟ୍ୟାଙ୍କର ‘ସାଇମି’ ରବିବାର ଗୁଜୁରାଟର କାଣ୍ଡଲା ବନ୍ଦରରେ ପହଂଚିଛି ।
ଟ୍ୟାଙ୍କରଟି ଚଳିତମାସ ୧୩ତାରିଖରେ ବିବାଦୀୟ ହର୍ମୁଜ ପ୍ରଣାଳୀ ଅତିକ୍ରମ କରିଥିଲା ।
ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମେ ଇରାନ ଓ ପରବର୍ତୀ ସମୟରେ ଆମେରିକା ହର୍ମୁଜ ପ୍ରଣାଳୀକୁ ଅବରୋଧ କରିବା ଫଳରେ ବିଶ୍ୱରେ ତୈଳ ଓ ଗ୍ୟାସ ସଂକଟ ଉଦବେଗଜନକ ସ୍ଥିତିରେ ପହଂଚିଥିଲା ।
ଏହି ପରିପ୍ରେକ୍ଷୀରେ ହର୍ମୁଜ ପ୍ରଣାଳୀ ଅତିକ୍ରମ କରିବା ବିଦେଶୀ ଟ୍ୟାଙ୍କରଗୁଡ଼ିକ ପାଇଁ କଷ୍ଟକର ହୋଇପଡ଼ିଛି ।
ଅବଶ୍ୟ ଭାରତ ଭଳି କେତେକ ବନ୍ଧୁ ରାଷ୍ଟ୍ରର ଟ୍ୟାଙ୍କରଗୁଡ଼ିକୁ ହର୍ମୁଜ ଅତିକ୍ରମ କରିବାକୁ ଇରାନ ପୂର୍ବରୁ ଅନୁମତି ଦେଇଛି ।