ମୋଦୀଙ୍କୁ ଭେଟିଲେ ରୁବିଓ
ଆମେରିକା ବିଦେଶ ସଚିବ ମାର୍କୋ ରୁବିଓ ଚାରି ଦିବସୀୟ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଂଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶନିବାର ଭେଟିଛନ୍ତି ।
ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର ‘ଏକ୍ସ’ରେ ସୂଚନା ଦେଇ କହିଛନ୍ତିଯେ ବିଦେଶ ସଚିବ ମାର୍କୋ ରୁବିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମେରିକା ଗସ୍ତ ପାଇଁ ନିମନ୍ତ୍ରଣକ ରିଛନ୍ତି । ରୁବିଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହ୍ୱାଇଟ ହାଉସ ଗସ୍ତ କରିବା ପାଇଁ ନିମନ୍ତ୍ରଣ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ‘ଏକ୍ସ’ରେ ଏକ ପୋଷ୍ଟରେ ଆମେରିକାର ବିଦେଶ ସଚିବ ମାର୍କୋ ରୁବିଓଙ୍କୁ ଭାରତରେ ସ୍ୱାଗତ କରିବା ସହିତ ଦୁହେଁ ବ୍ୟାପକ ବିଶ୍ୱ ରଣନୈତିକ ସହଭାୀତାରେ ନିରନ୍ତର ପ୍ରଗତି, ଆଂଚଳିକ ଓ ବିଶ୍ୱ ଶାନ୍ତି, ସୁରକ୍ଷା ସହିତ ଜଡ଼ିତ ପ୍ରସଙ୍ଗ ଉପରେ ଆଲୋଚନା କରିଛୁ ବୋଲି କହିଛନ୍ତି । ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ଓ ଆମେରିକା ବିଶ୍ୱ ପାଇଁ ନିବିଡ଼ ଭାବେ କାମ କରିବା ଜାରି ରଖିବେ । ଆମେରିକା ବିଦେଶ ସଚିବ ନୂଆଦିଲ୍ଲୀରେ କ୍ୱାଡ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ଯୋଗ ଦେବା ସହିତ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ବିସ୍ତୃତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।
ଆମେରିକାର ବୈଦେଶିକ ସଚିବ ଶନିବାର ପୂର୍ବାହ୍ନରେ କଲକାତାରେ ପହଂଚି ନୂଆଦିଲ୍ଳୀ ଯିବା ପୂର୍ବରୁ ମଦର ଟେରେସାଙ୍କ ମିଶନାରିଜ ଅଫ୍ ଚାରିଟିର ମୁଖ୍ୟାଳୟ ମଦର ହାଉସ ପରିଦର୍ଶନ କରିଥିଲେ । ଭାରତ ଓ ଆମେରିକା ମଧ୍ୟରେ ବଢ଼ୁଥିବା ରଣନୈତିକ ସମନ୍ୱୟ ମଧ୍ୟରେ ରୁବିଓଙ୍କ ଏହି ଗସ୍ତ ଗୂୁରୁତ୍ୱପୂର୍ଣ୍ଣ ଓ ମେ ୨୬ରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବାକୁ ଥିବା କ୍ୱାଡ ବୈଦେଶିକ ମନ୍ତ୍ରୀଙ୍କ ବୈଠକ ପୂର୍ବରୁ ଏହା ଅନୁଷ୍ଠିତ ହୋଇଛି ।
ମଙ୍ଗଳବାର ଦିଲ୍ଲୀରେ କ୍ୱାଡ ବିଦେଶ ମନ୍ତ୍ରୀଙ୍କ ବୈଠକରେ ଅଂଶଗ୍ରହଣ କରିବା ପୂର୍ବରୁ ରୁବିଓ ରବିବାର ଜୟଶଙ୍କରଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ । ରୁବିଓ ଏହି ଗସ୍ତରେ ଆଗ୍ରା ଓ ଜୟପୁର ଯାତ୍ରା କରିବାର ସମ୍ଭାବନା ରହିଛି । ରୁବିଓ ମେ ୨୩ରୁ ୨୬ତାରିଖ ପର୍ଯ୍ୟନ୍ତ ଭାରତରେ ରହିବେ ବୋଲି ଜଣାପଡ଼ିଛି ।