ଅଟୋକୁ ଘୋଷାଡ଼ି ନେଲା ଟ୍ରକ
ଡ୍ରାଇଭରକୁ ବହେ ଛେଚିଲେ
ଋବିବାର ବେପରୁଆ ଗାଡ଼ି ଚାଳନାର ଆଉ ଏକ ଘଟଣା ସାମ୍ନାକୁ ଆସିଛି ।
କଟକ-ପୁରୀ ବାଇପାସ ରୋଡର ପାଣ୍ଡରା ଛକ ନିକଟରେ ଗୋଟିଏ ଦ୍ରୁତଗାମୀ ଟ୍ରକ ଏକ ଅଟୋକୁ ଘୋଷାଡ଼ି ନେଇଛି ।
ଏନଏଚରେ ଦୁର୍ଘଟଣାଗ୍ରସ୍ତ ଅଟୋଟି ଟ୍ରକ୍ ସହ ପ୍ରାୟ ୫୦ରୁ ୬୦ ମିଟର ଯାଏଁ ଘୋଷାରି ହୋଇଯାଇଥିଲା ।
ପରେ ଭାରସାମ୍ୟ ହରାଇ ଅଟୋଟି ତଳକୁ ଖସି ଏକ ଦୋକାନ ଭିତରକୁ ପଶିଯାଇଥିଲା । ଅଟୋରେ ଥିବା ଯାତ୍ରୀ ଗୁରୁତର ହୋଇଛନ୍ତି ।
ତାଙ୍କୁ ପୁଲିସ ସହାୟତାରେ ମେଡିକାଲରେ ଭର୍ତି କରାଯାଇଛି ।
ତେଣେ ଦୁର୍ଘଟଣା ଘଟାଇଥିବା ଟ୍ରକର ଡ୍ରାଇଭର ଖସି ପଳାଇଯିବାକୁ ଚେଷ୍ଟା କରି ଏକ ବାଇକ ଆରୋହୀଙ୍କୁ ମଧ୍ୟ ଧକ୍କା ମାରି ଘାଇଲା କରିଛି ।
ତେଣେ ଏହି ଘଟଣା ପରେ ଉତ୍ୟକ୍ତ ହୋଇ ସେହି ଟ୍ରକକୁ ଗୋଡ଼ାଇ ଗୋଡ଼ାଇ ଧରି ବେପରୁଆ ଟ୍ରକ ଡ୍ରାଇଭରକୁ ଧରି ବହେ ଛେଚିଥିଲେ ।