୩୮ ଲକ୍ଷ ଠକେଇ, ଏଡିଓ, ପିଇଓ ନିଲମ୍ବିତ
ରାଜ୍ୟର ବିଜେପି ସରକାର ରାଜ୍ୟକୁ ଦୁର୍ନୀତିମୁକ୍ତ କରିବାକୁ ଯେତେ ଚେଷ୍ଟା କରୁଛନ୍ତି ଏବେ ରାଜ୍ୟରେ ସେତିକି ମାତ୍ରାରେ ଦୁର୍ନୀତି ହେଉଛି ।
ଗୋଟିଏ ପରେ ଗୋଟିଏ ଦୁର୍ନୀତି ସାମ୍ନାକୁ ଆସୁଛି ।
ଏହି କ୍ରମରେ କନ୍ଧମାଳ ଜିଲାରେ ୩୮ ଲକ୍ଷ ଠକେଇ ଅଭିଯୋଗରେ ଏଡିଓ ଓ ପିଇଓ ନିଲମ୍ବିତ ହୋଇଛନ୍ତି ।
ନିଲମ୍ବିତ ପିଇଓ ହେଉଛନ୍ତି ସୁତନ୍ୟ ମହାକୁଡ ହୋଇଥିବାବେଳେ ଏଡିଓ ହେଉଛନ୍ତି କଂଶୀରାମ ଦିଗଲ ।
ଫୁଲବାଣୀ ଜିଲାର କନ୍ଧମାଳ ଅନ୍ତର୍ଗତ ଧରାକୋଟ ପଂଚାୟରେ ମନରେଗା ଅଧୀନରେ ପୋଖରୀ ଖୋଳ କାମରେ ଏହି ଠକେଇ ହୋଇଥିବା ଅଭିଯୋଗ ହୋଇଥିଲା ।
ତଦନ୍ତ ପରେ ଏଥିରେ ପିଇଓ ସୁତନ୍ୟ ମହାକୁଡ଼ ଓ ଏଡିଓ କଂଶୀରାମ ଦିଗଲଙ୍କୁ ଜିଲାପାଳ ନିଲମ୍ବିତ କରିଛନ୍ତି ।
ଏଥିସହ ଏହି ଘଟଣାରେ ସହକାରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ମଧ୍ୟ ନିଲମ୍ବନ କରିବା ପାଇଁ ଜିଲାପାଳ ସୁପାରିଶ କରିଛନ୍ତି ।