ବ୍ରାହ୍ମଣୀ ପୋଲରେ ଜଳିଗଲା ହାଇୱା
ନୂଆ ବ୍ରାହ୍ମଣୀ ପୋଲ ଉପରେ ଏକ ଦୁର୍ଘଟଣାଗ୍ରସ୍ତ ହାଇସ୍ୱାରେ ନିଆଁ ଲାଗିଯାଇଥିବା ପରିଲକ୍ଷିତ ହୋଇଛି ।
ସୋମବାର ଅପରାହ୍ଣ ପ୍ରାୟ ଦେଢ଼ଟା ସମୟରେ ବେଦବ୍ୟାସରୁ ରାଉରକେଲା ଆସୁଥିବା ଚିପ୍ସ ବୋଝେଇ ଏକ ହାଇୱା ନିୟନ୍ତ୍ରଣ ହରାଇ ବ୍ରାହ୍ମଣୀପୋଲ ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଥିଲା । ପରେ ଅର୍ଥାତ କିଛି ସମୟ ମଧ୍ୟରେ ସେହି ଗାଡିଟିରେ ନିଆଁ ଲାଗି ଯାଇଥିଲା ।
ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁ ଲିଭାଇବା ସହ ଚାଳକକୁ ଉଦ୍ଧାର କରି ମୃତ୍ୟୁ ମୁଖରୁ ବଂଚାଇଥିଲେ ।
ବ୍ରାହ୍ମଣୀତରଙ୍ଗ ପୁଲିସ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିଟିକୁ ଜବତ କରିବା ସହ କେଉଁ କାରଣରୁ ନିଆଁ ଲାଗିଲା ତାହା ନେଇ ଅନୁସନ୍ଧାନ ଜାରି ରଖିଛି ।