ପଦ୍ମ ଧରିବେ କି ଦେବାଶିଷ
ବିଜେପିର ହାତ ଧରି ନବୀନ କ୍ୟାରିୟର ଆରମ୍ଭ କରିଥିଲେ
ଇତିମଧ୍ୟରେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟ ।
ଯଦିଓ ସେ କେଉଁ ଦଳକୁ ଯିବେ କିଛି ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ତଥାପି ତାଙ୍କ ମତିଗତିରୁ ସେ ପଦ୍ମ ଧରିପାରନ୍ତି ବୋଲି ଆକଳନ କରାଯାଉଛି ।
ତେବେ ଏହି ଆକଳନକାରୀଙ୍କୁ ଦେବାଶିଷ ଓଲଟା ପ୍ରଶ୍ନ କରିଛନ୍ତି ଯେ, ଯଦି ମୁଁ ବିଜେପିକୁ ଯାଏ ତା’ହେଲେ ଅସୁବିଧା କ’ଣ ?
ସେ ଆହୁରି କହିଛନ୍ତି ନବୀନ ବାବୁ ମଧ୍ୟ ବିଜେପିର ହାତଧରି ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ।
ସ୍ୱର୍ଗତ ବାଜପେୟୀ ଓ ଆଡ଼ଭାନୀଙ୍କ ଯୋଗୁଁ ନବୀନ ସାଂସଦ ଓ ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି ।
ତେଣୁ ମୁଁ ଯଦି ବିଜେପିରେ ଯୋଗ ଦିଏ ତା’ହେଲେ ଅସୁବିଧା କ’ଣ ବୋଲି ଦେବାଶିଷ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।