ଫେରିବ ଲୁଟ ଅସ୍ତ୍ରଶସ୍ତ୍ର !
ପୂର୍ବରୁ ରାଜ୍ୟର ବିଭିନ୍ନ ଜିଲାରେ ବିଭିନ୍ନ ସମୟରେ ନକ୍ସଲମାନେ ପୁଲିସ ଫାଣ୍ଡି ଓ ଥାନା ଉପରେ ଆକ୍ରମଣ କରି ଅସ୍ତ୍ରଶସ୍ତ୍ର ଲୁଟ୍ କରିନେଇଥିଲେ ।
ଏହି ଲୁଟ୍ ମାଓ ଅସ୍ତ୍ର ଫେରାଇ ଆଣିବାକୁ ଗୃହବିଭାଗ ଯୋଜନା କରିଛି ।
ଏହି କ୍ରମରେ ୭ ରାଜ୍ୟର ପୁଲିସ ଡିଜିଙ୍କୁ ଚିଠି ଲେଖଛି ଓଡ଼ିଶା ଷ୍ଟେଟ୍ ଇଂଟେଲିଜେନ୍ସ ୱିଙ୍ଗ (ଏସ୍ଆଡବ୍ଲୁ୍ୟ) ।
ଏନେଇ ବିଏସଏଫ, ସିଆରପିଏଫ ସମେତ ରାଜ୍ୟର ପୁଲିସ ଡିଜିଙ୍କୁ ଏସଆଇଡବ୍ଲୁ୍ୟ ଚିଠି ଲେଖିଛି ।
ସୂଚନାଥାଉ କି, ଓଡ଼ିଶାର ବିଭିନ୍ନ ସ୍ଥାନରୁ ଲୁଟ ହୋଇଥିଲା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ।
୬୫୦ଟି ଅସ୍ତ୍ରଶସ୍ତ୍ର ମାଓବାଦୀ ଲୁଟିଥିଲେ ।
ସେଥିମଧ୍ୟରୁ ୪୨୦ଟିର ସନ୍ଧାନ ମିଳିଛି ।
ଛତିଶଗଡ଼, ଝାଡ଼ଖଣ୍ଡ, ତେଲେଙ୍ଗାନା, ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରରେ ରହିଛି ଏହି ଲୁଟ ଅସ୍ତ୍ରଶସ୍ତ୍ର ବୋଲି ଏସଆଇଡବ୍ଲୁ୍ୟ ଚିଠିରେ ଦର୍ଶାଇଛି ।