ଅବଦୁର ରେହମାନ ନିର୍ଦୋଷ
ଅଏକାଏଦା ଇଣ୍ଡିଆନ ସବ୍ କଂଟିନେଂଟ (ଏକୁ୍ୟଆଇଏସ) ମାମଲାରେ କଟକ ଜିଲା ସାଲେପୁର ଅଂଚଳରୁ ଗିରଫ ହୋଇଥିବା ଅବଦୁର ରେହମାନ ନିର୍ଦୋଷରେ ଖଲାସ ହୋଇଛି ।
ଅବଦୁର ଗିରଫ ହେବା ପରେ ଅବଦୁରର ମାମଲା କ୍ରାଇମବ୍ରାଂଚକୁ ହସ୍ତାନ୍ତର ହୋଇଥିଲା ।
ସୂଚନାଥାଉ କି, ଗତ ୨୦୧୬ରେ ସାଲେପୁର ପଶ୍ଚିମକଚ୍ଛରୁ ଅବଦୁର ରେହମାନଙ୍କୁ ପୁଲିସ ଆତଙ୍କୀ ସଂଗଠନ ସହ ସମ୍ପର୍କ ରଖିଥିବା ଅଭିଯୋଗରେ ଗିରଫ କରିଥିଲା ।
ଏହି ମାମଲାର ଶୁଣାଣି କରି ଜିଲା ଦୌରାଜଜ ପ୍ରମାଣ ଅଭାବରୁ ଅବଦୁରଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି ।
ପୂର୍ବରୁ ଜାମସେଦପୁର କୋର୍ଟ ମଧ୍ୟ ଅବଦୁରଙ୍କୁ ନିର୍ଦୋଷରେ ଖଲାସ କରିଥିଲେ ।
ତାଙ୍କ ବିରୋଧରେ ଏକୁ୍ୟଆଇଏସ ଆତଙ୍କୀ ସଂଗଠନ ସହ ଲିଙ୍କ ରହିଥିବା ନେଇ ଅଭିଯୋଗ ହୋଇଥିଲା ।
ତେବେ ଏହି ମାମଲାରେ ଦିଲ୍ଲୀ କୋର୍ଟ ଅବଦୁରଙ୍କୁ ୭ ବର୍ଷର କାରାବାସ ଦଣ୍ଡରେ ଦଣ୍ଡିତ କରିଥିଲେ । ଯାହା ଶେଷ ହୋଇସାରିଛି ।
ଅବଦୁରଙ୍କୁ ଦିଲ୍ଲୀ କ୍ରାଇମବ୍ରାଂଚ ଓଡ଼ିଶାରୁ ଗିରଫ କରିଥିଲା ।