ବରିଷ୍ଠ ସାମ୍ବାଦିକ ପୁଷ୍ପମିତ୍ର ମହାନ୍ତିଙ୍କ ପରଲୋକ
ବରିଷ୍ଠ ସାମ୍ବାଦିକ ପୁଷ୍ପମିତ୍ର ମହାନ୍ତି (କିଟୁ)ଙ୍କ ମଙ୍ଗଳବାର ଅପରାହ୍ନରେ ପରଲୋକ ହୋଇଯାଇଛି ।
କଟକସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି ।
ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ସୂଚନାଯୋଗ୍ୟ ସ୍ୱର୍ଗତ ମହାନ୍ତି ଥିଲେ ଓଡ଼ିଆ ସାହିତ୍ୟର କଥା ସମ୍ରାଟ ତଥା ଦୈନିକ ‘ସମ୍ବାଦ’ର ପ୍ରଥମ ସମ୍ପାଦକ ସୁରେନ୍ଦ୍ର ମହାନ୍ତିଙ୍କ କନିଷ୍ଠ ପୁତ୍ର । ସେ ‘ସମ୍ବାଦ’ର ବିଭିନ୍ନ ବିଭାଗରେ ତିନି ଦଶନ୍ଧିରୁ ଅଧିକ ସମୟ କାର୍ଯ୍ୟ କରିଥିଲେ । ୨୦୧୬ ମସିହାରେ ‘ସମ୍ବାଦ ପୋର୍ଟାଲ’ ଆରମ୍ଭ ସମୟରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ।
ତାଙ୍କ ଦେହାନ୍ତ ଯୋଗୁଁ ସମ୍ବାଦ ପରିବାର ଓ ତାଙ୍କ ଅନୁଗାମୀ ମହଲରେ ଶୋକର ଛାୟା ଖେଳିଯାଇଛି ।