ବେଙ୍ଗଲ ଛାଡ଼ୁଛନ୍ତି ବାଂଲାଦେଶୀ
ପଶ୍ଚିମବଙ୍ଗରେ ଶୁଭେନ୍ଦୁଙ୍କ ବିଜେପି ସରକାର କ୍ଷମତାକୁ ଆସିବା ପରେ ସେଠାରେ ବେଆଇନ ଭାବେ ଦୀର୍ଘ ବର୍ଷ ଧରି ରହି ଆସୁଥିବା ବାଂଲାଦେଶୀଙ୍କୁ ଆଉ ନିଦ ନାହିଁ ।
କାରଣ ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ସରକାରଙ୍କ ନିର୍ଦେଶକ୍ରମେ ବେଆଇନ ବାଂଲାଦେଶୀ ଶରଣାର୍ଥୀ ଓ ଅନୁପ୍ରବେଶକାରୀମାନଙ୍କୁ ତନ୍ନତନ୍ନ କରି ଖୋଜି ପୁଲିସ ବାହାର କରି ବିଏସ୍ଏଫ୍କୁ ହସ୍ତାନ୍ତର କରୁଛି ।
ଯେଉଁ ବାଂଲାଦେଶୀମାନଙ୍କୁ ବିଏସଏଫ ଧରୁଛି ସେମାନଙ୍କୁ ସୀମା ଆରପଟେ ବାଂଲାଦେଶ ମଧ୍ୟକୁ ବିଏସଏଫ ଯୱାନମାନେ ଛାଡ଼ି ଦେଉଛନ୍ତି ।
ତେଣୁ ଧରାପଡ଼ିବା ଭୟରେ ମଧ୍ୟ ଅନେକ ବାଂଲାଦେଶୀ ବର୍ତମାନ ନୂତନ ବିଜେପି ସରକାର ଡରରେ ବେଙ୍ଗଲ ଛାଡ଼ୁଥିବା ଦେଖାାଇଛି ।