୩୦ରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ଶପଥ
କର୍ଣ୍ଣାଟକରେ କ୍ଷମତା ପରିବର୍ତନ ଏକପ୍ରକାର ସୁନିଶ୍ଚିତ ହୋଇଯାଇଛି ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସୂତ୍ରରୁ ଜଣାପଡ଼ିଛି ଯେ ସିଦ୍ଦରମୈୟା ମେ ୨୮ରେ କର୍ଣ୍ଣାଟକ ରାଜ୍ୟପାଳ ଥାୱାରଚାନ୍ଦ ଗେହଲଟଙ୍କ ସହ ସାକ୍ଷାତ ପାଇଁ ସମୟ ମାଗିଛନ୍ତି ।
ସିଦ୍ଦରମୈୟା ଗୁରୁବାର ୧୧ଟାରେ ଇସ୍ତଫା ଦେଇପାରନ୍ତି ବୋଲି ଆଲୋଚନା ହେଉଛି । ଆଗାମୀ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ସବୁଠୁ ଆଗରେ ରହିଛନ୍ତି । ମେ ୩୦ରେ କର୍ଣ୍ଣାଟକ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେଇପାରନ୍ତି । ତେବେ ରାଜନୈତିକ ଟଣାଓଟରା ଭିତରେ କାହା ନାମ ଉପରେ ହାଇକମାଣ୍ଡଙ୍କ ମୋହର ବାଜୁଛି ତାହା ଦେଖିବାକୁ ରହିଛି ।
ଅନ୍ୟପକ୍ଷରେ କର୍ଣ୍ଣାଟକ କଂଗ୍ରେସରେ ଚାଲିଥିବା ଏହି ଅସ୍ଥିରତାକୁ ନେଇ ବିଜେପି ତୀବ୍ର ସମାଲୋଚନା କରିଛି । କଂଗ୍ରେସ ସରକାର ରାଜ୍ୟରେ ଲୋକଙ୍କୁ ସୁଶାସନ ଦେବା ଅପେକ୍ଷା ଗୋଷ୍ଠୀ କନ୍ଦଳରେ ମାତିଛି ବୋଲି ବିଜେପି କହୁଛି ।
କଂଗ୍ରେସର ଆଭ୍ୟନ୍ତରୀଣ ସୂଚନାରୁ ଜଣାପଡ଼ିଛି ଯେ ରାଜ୍ୟପାଳଙ୍କ ସହ ସାକ୍ଷାତ ସମୟରେ ସିଦ୍ଦରମୈୟା ତାଙ୍କ ଇସ୍ତଫାପତ୍ର ଦାଖଲ କରିପାରନ୍ତି ।
ଅନ୍ୟପକ୍ଷରେ ରାଜନୈତିକ ଘଟଣାକ୍ରମ ମଧ୍ୟରେ କଂଗ୍ରେସ ମହାସଚିବ ଓ କର୍ଣ୍ଣାଟକ ପ୍ରଭାରୀ ରଣଦୀପ ସୁର୍ଜେୱାଲା ମଧ୍ୟ ଗୁରୁବାର ବେଙ୍ଗାଲୁରୁ ପହଂଚିବାର କାର୍ଯ୍ୟକ୍ରମ ରହିଛି ।