ସୌମ୍ୟ ହତ୍ୟା ମାମଲା -ଆଉ ଜଣେ ଅଭିଯୁକ୍ତ ଗିରଫ
ଆଉ ଜଣେ ଅଭିଯୁକ୍ତ ଗିରଫ
ବହୁ ଚର୍ଚ୍ଚିତ ବାଲିଅନ୍ତା ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟା ମାମଲାରେ ପୁଲିସକୁ ମିଳିଛି ଏକ ବଡ଼ ସଫଳତା ।
ଏହି ହତ୍ୟାକାଣ୍ଡର ଆଉ ଜଣେ ଅଭିଯୁକ୍ତଙ୍କୁ ପଟିଆର ଏକ ହୋଟେଲରୁ କ୍ରାଇମବ୍ରାଂଚ ଗିରଫ କରିଛି ।
ଗିରଫ ଅଭିଯୁକ୍ତ ହେଉଛନ୍ତି କଟକ ଗଙ୍ଗେଶ୍ୱରପଡ଼ାର ଅଶୋକ ଜେନା ।
ଫଳରେ ଏହି ମାମଲାରେ ୧୬ ଜଣ ଅଭିଯୁକ୍ତ ଏଯାବତ ଗିରଫ ହୋଇସାରିଛନ୍ତି ।
ପୂର୍ବରୁ ଏହି ମାମଲାରେ ୧୧ ଜଣଙ୍କୁ ପୁଲିସ ଓ ୫ ଜଣଙ୍କୁ କ୍ରାଇମବ୍ରାଂଚ ଗିରଫ କରିସାରିଛି ବୋଲି ଏକ ପ୍ରେସ ମିଟ୍ରେ କ୍ରାଇମବ୍ରାଂଚ ଡିଆଇଜି ବି. ଗଙ୍ଗାଧର ସୂଚନା ଦେଇଛନ୍ତି ।