ଭୁବନେଶ୍ୱର ଏୟାରପୋର୍ଟରେ ଓହ୍ଲାଇ ପାରିଲାନି ବିମାନ
ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଓହ୍ଲାଇ ପାରିଲା ନାହିଁ ବିମାନ ।
ଲକ୍ଷ୍ନୌ ଯାଇ ବିଳମ୍ବିତ ରାତିରେ ଭୁବନେଶ୍ୱର ଫେରିଛି ଏହି ବିମାନ ।
ବେଙ୍ଗାଲୁରରୁ ଭୁବନେଶ୍ୱର ଆସୁଥିଲା ଏହି ଘରୋଇ ବିମାନ । ବର୍ଷା ଓ ପବନ ଯୋଗୁଁ ଲ୍ୟାଣ୍ଡ କରିପାରିନଥିଲା ବିମାନ ।
ପାଗ ସ୍ୱାଭାବିକ ହେବା ପରେ ଲକ୍ଷ୍ନୌରୁ ଫେରିଥିଲା ବିମାନ ।
ତେବେ ବିମାନରେ ସବାର ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।