ବଢ଼ିଲା ସୁନା ଦର
ସୁନା ମୂଲ୍ୟ ପୁଣି ବଢ଼ିଛି । ଶୁକ୍ରବାର (ମେ ୨୯ ତାରିଖ) ରେ ଭୁବନେଶ୍ୱର ଓ କଟକ ବଜାରରେ ଏହି ଦର ବୃଦ୍ଧି ପାଇଥିବା ପରିଲକ୍ଷିତ ହୋଇଛି ।
ଜଣାପଡ଼ିଛି ଯେ ୨୪ କ୍ୟାରେଟ ୧୦ଗ୍ରାମ ସୁନା ମୂଲ୍ୟ ୧,୫୭,୬୪୦ଟଙ୍କା ହୋଇଛି । ଯାହାକି ପୂର୍ବ ତୁଳନାରେ ୧,୫୮୦ଟଙ୍କା ବୃଦ୍ଧି ପାଇଛି । ସେହିପରି ୨୨ କ୍ୟାରେଟ ୧୦ଗ୍ରାମ ସୁନା ମୂଲ୍ୟ ୧,୪୪,୫୦୦ଟଙ୍କା ହୋଇଛି, ଯାହାକି ୧,୪୫୦ଟଙ୍କା ବୃଦ୍ଧି ଘଟିଛି । ୧୮ କ୍ୟାରେଟ ୧୦ଗ୍ରାମ ସୁନା ମୂଲ୍ୟ ୧,୧୮,୨୩୦ଟଙ୍କା ହୋଇଛି, ଯେଉଁଥିରେ ୧,୧୧୯୦ଟଙ୍କା ବଢ଼ିଛି ।
ଆଗକୁ ପାର୍ବଣ ଋତୁ ଆସିବାକୁ ଥିବାବେଳେ ସୁନା ଦର ପୁଣି ବୃଦ୍ଧି ପାଇବାଦ୍ୱାରା ସାଧାରଣ ଗ୍ରାହକ ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ।