ଆସାମରେ ଡବଲ ଇଂଜିନ ସରକାର ନିଶ୍ଚିତ : ବୈଜୟନ୍ତ
ରାତି ପାହିଲେ ପଶ୍ଚିମବଙ୍କରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ । ତେବେ ଏଥରକ ଆସାମ ଓ ପଶ୍ଚିମବଙ୍ଗରେ ଡବଲ ଇଂଜିନ ସରକାର ସୁନିଶ୍ଚିତ ବୋଲି ରାଜ୍ୟ ଉପସଭାପତି ତଥା ବିଜେପି ପ୍ରଭାରୀର ଦାୟିତ୍ୱ ନିର୍ବାହ କରୁଥିବା ସାଂସଦ ବୈଜୟନ୍ତ ଜୟ ପଣ୍ଡା କହିଛନ୍ତି ।
ଏଥର ଆସାମରେ ଅଧିକା ମାର୍ଜିନରେ ପୁଣିଥରେ ଡବଲ ଇଂଜିନ ସରକାର ଆସିବ । ବେଙ୍ଗଲରେ ମଧ୍ୟ ବହୁତ ପଜିଟିଭ ରେସପନ୍ସ ରହିଥିବାରୁ ସେଠାରେ ବିଜେପି ସରକାର କରିବା ନେଇ ସାଂସଦ ଶ୍ରୀ ପଣ୍ଡା ଆଶାବାଦୀ ଅଛନ୍ତି ।
ସେ ଆହୁରି କହିଛନ୍ତି ଯେ, ଗତ ୪ ମାସ ହେବ ଦଳୀୟ ପ୍ରଚାର ପାଇଁ ସେ ଆସାମରେ ରହିଛନ୍ତି । ସେଠାକାର ସଂସ୍କୃତି ଓ ପରମ୍ପରାକୁ ବହୁତ ପାଖରୁ ଦେଖିଛନ୍ତି ।
ସେଠାରେ ଲୋକେ ରାଜ୍ୟର ବିଜେପି ସରକାରର ସୁଶାସନକୁ ନେଇ ଖୁସୀ ରହିଛନ୍ତି ଓ ସେମାନେ ଆଗାମୀ ଦିନରେ ବିଜେପିକୁ ଭୋଟ ଦେଇ ଜିତାଇବେ ବୋଲି ଶ୍ରୀ ପଣ୍ଡା ଆଶାବାଦୀ ରହିଛନ୍ତି ।