ପୁରୀ ସମୁଦ୍ରରେ ବର୍ତିଲା ବଡ଼ ଅଘଟଣ
ପୁରୀ ସମୁଦ୍ରରେ ଏକ ବଡ଼ ଅଘଟଣ ଘଟିବାରୁ ବର୍ତି ଯାଇଛି ।
ସମୁଦ୍ରରେ ଗାଧୋଉଥିବା ସମୟରେ ଅସବଧାନତାବଶତଃ ଗଭୀର ସମୁଦ୍ରକୁ ଚାଲିଯାଇଥିଲେ ।
ସେଠାରେ ସେମାନେ ବୁଡ଼ିଯାଉଥିବା ସମୟରେ ସେଠାରେ ଉପସ୍ଥିତ ଥିବା କିଛି ଲାଇଫ୍ଗାର୍ଡ ସଦସ୍ୟ ସେହି ୩ ଜଣଙ୍କୁ ଉଦ୍ଧାର କରିଥିଲେ ।
ଏହି ୩ ଜଣ ପର୍ଯ୍ୟଟକ ପଡ଼ୋଶୀ ଛତିଶଗଡ଼ ରାଜ୍ୟର ବାଳି ଜଣାପଡ଼ିଛି ।
ସେମାନେ ଚୈତନ୍ୟ ଛକ ଠାରେ ସମୁଦ୍ରରେ ପଶି ଗାଧୋଉଥିବା ସମୟରେ ଏଭଳି ଅଘଟଣ ଘଟିଥିଲା ।
ସେମାନେ ବୁଡ଼ି ଯାଉଥିବା ଦେଖି ସେଠାରେ ଉପସ୍ଥିତ ଅଗ୍ନିଶମ ଓ ଲାଇଫଗାର୍ଡ ନିଜ ଜୀବନକୁ ବାଜି ଲଗାଇ ଏହି ୩ ଜଣ ପର୍ଯ୍ୟଟକଙ୍କୁ ଗଭୀର ସମୁଦ୍ରରୁ ଉଦ୍ଧାର କରିଛନ୍ତି ।