ରାଜଧାନୀରେ ଜଳିଗଲା ଚଳନ୍ତା କାର
ରାଜଧାନୀ ଭୁବନେଶ୍ୱରରେ ଚଳନ୍ତା କାରରେ ଅଗ୍ନିକାଣ୍ଡ ଘଟିଛି ।
ପାଲ ହାଇଟ ଛକ ରାସ୍ତା ଉପରେ ଏହି ଦୁର୍ଘଟଣା ଶୁକ୍ରବାର ଘଟିଛି ।
କାରରୁ ଧୂଅାଁ ବାହାରିବା ପରେ ଡ୍ରାଇଭର ଜଣକ ଗାଡ଼ି ଛାଡ଼ି ପଳାଇଥିଲେ ।
ଏହି ଅଗ୍ନିକାଣ୍ଡ ଯୋଗୁଁ ଜୟଦେବ ବିହାର-ନନ୍ଦନକାନନ ରାସ୍ତା ଭୀଷଣ ଜାମ୍ ହୋଇଥିଲା ।
ରାସ୍ତା ଉପରେ ଏକାଧିକ ଗାଡ଼ି ଛିଡ଼ା ହୋଇରହିଛି ।
ଖବରପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଂଚି ଏହି ଜଳନ୍ତା କାରକୁ ନିଭାଇଥିଲା ।
ପରେ ଅଗ୍ନିଶମ ବାହିନୀ ଓ ପୁଲିସର ସହାୟତାରେ ଏହି ଜଳନ୍ତା କାରକୁ ଏକ ପାଶ୍ୱର୍କୁ ଘୁଂଚାଯିବା ପରେ ଯାତାୟାତ ସ୍ୱାଭାବିକ ହୋଇପାରିଥିଲା ।