ପାରାଦ୍ୱୀପ ବନ୍ଦରର ନିଷିଦ୍ଧାଂଚଳରେ ଫାଟିଲା ପେଟ୍ରୋଲ ପାଇପ
ପାରାଦ୍ୱୀପ ବନ୍ଦର ନିଷିଦ୍ଧାଂଚଳରେ ଏକ ପେଟ୍ରୋଲ ପାଇପ ଫାଟିବା ଯୋଗୁଁ ଲକ୍ଷାଧିକ ଲିଟର ପେଟ୍ରୋଲ ବୋହିଯାଇଥିବା ଅଭିଯୋଗ ହୋଇଛି ।
ଜାହାଜରୁ ପାଇପ ଯୋଗେ ତୈଳ ଟର୍ମିନାଲକୁ ପେଟ୍ରୋଲ ଯାଉଥିଲା । ସମ୍ଭବତଃ ଅଧିକ ପ୍ରେସ ଯୋଗୁଁ ପାଇପଟି ଫାଟିଯାଇଥିବା ବିଶେଷଜ୍ଞଦଳ ଅନୁମାନ କରୁଛନ୍ତି ।
ଘଟଣାସ୍ଥଳରେ ପୋର୍ଟ ସିଆଇଏସଏଫ, ଅଗ୍ନିଶମ ବିଭାଗ, ଆଇଓସିଏଲ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉପସ୍ଥିତ ହୋଇଛନ୍ତି ।
ନିଆଁ ଲାଗିବା ସମ୍ଭାବନା ଥିବାରୁ ସୁରକ୍ଷା ବ୍ୟବସ୍ଥା ବ୍ୟାପକ କରାଯାଇଛି । ତେବେ ଘଟଣା ପଛରେ ଅନ୍ୟ କୌଣସି କାରଣ ରହିଛି କି ନାହିଁ ତାହା ନେଇ ଅନୁସନ୍ଧାନ ଜାରି ରହିଥିବା ଜଣାପଡ଼ିଛି ।