ଏକ ତରଫା ପ୍ରେମର ଭୟଙ୍କର ଦୃଶ୍ୟ
ସୋରରେ ୫ ଜଣଙ୍କୁ ହାଣିଲା ଯୁବକ
ଏକତରଫା ପ୍ରେମର ଭୟଙ୍କର ଦୃଶ୍ୟ । ହତାଶ ଯୁବକର ଚୋଟରେ ୫ ଗୁରୁତର । ଏଭଳି ଏକ ଘଟଣା ବାଲେଶ୍ୱର ଜିଲାର ସୋର ବ୍ଲକର ଔପଦା ଥାନା ଅନ୍ତର୍ଗତ ପାଟପୁର ଗାଁରେ ଘଟିଛି ।
ଏଠାରେ ଜଣେ ଶିକ୍ଷୟିତ୍ରୀ ଶୁଚିସ୍ମିତା ସେଠୀଙ୍କୁ ଅଭିଯୁକ୍ତ ପୃଥ୍ୱୀରାଜ ୨୦୨୨ ମସିହାରୁ ଏକରତଫା ପ୍ରେମ କରି ଆସୁଥିଲେ ।ଏହାକୁ ଉକ୍ତ ଶିକ୍ଷୟିତ୍ରୀ ଜଣକ ନାପସନ୍ଦ କରିବା ସହ ବାରମ୍ବାର ଏଭଳି ନ କରିବାକୁ ଉକ୍ତ ଯୁବକଙ୍କୁ ତାଗିଦା ମଧ୍ୟ କରିଥିଲେ ।
ହେଲେ ‘ପ୍ରେମ ଅନ୍ଧ, ନା ଜାଣେ ବାଡ଼ ବନ୍ଧ’ ନୀତିରେ ପୃଥ୍ୱୀରାଜ ଉକ୍ତ ଶିକ୍ଷୟିତ୍ରୀ ଶୁଚିସ୍ମିତା ଙ୍କୁ ପ୍ରେମ ନିବେଦନ କରି ଚାଲିଲେ । ଏଥିରେ ଅତିଷ୍ଠ ହୋଇ ଶୁଚିସ୍ମିତା ସ୍କୁଲ କର୍ତୃପକ୍ଷଙ୍କୁ ଅଭିଯୋଗ କରିବାରୁ ଉକ୍ତ ଯୁବକଙ୍କୁ ଚାକିରି ହରାଇବାକୁ ପଡ଼ିଥିଲା ।
ଶେଷରେ ପ୍ରତିଶୋଧ ପରାୟଣ ହୋଇ ପୃଥ୍ୱୀରାଜ ମଙ୍ଗଳବାର ଉକ୍ତ ଶୁଚିସ୍ମିତାଙ୍କ ଘରେ ପଶି ଏକ ମାରଣାସ୍ତ୍ରରେ ଅତର୍କିତ ଆକ୍ରମଣ କରିଥିଲେ । ଏଥିରେ ଶୁଚିସ୍ମିତାଙ୍କ ସମେତ ତାଙ୍କ ବାପା, ମାଆ, ଭାଇ ଜେଜେବାପା ଏଭଳି ୫ ଜଣ ଗୁରୁତର ହୋଇଛନ୍ତି ।
ସମସ୍ତଙ୍କୁ ବାଲେଶ୍ୱର ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତେଣେ ଆକ୍ରମଣକାରୀ ପୃଥ୍ୱୀରାଜଙ୍କୁ ସ୍ଥାନୀୟ ଲୋକେ କାବୁ କରି ପୁଲିସ ଜିମା ଦେଇଛନ୍ତି ।
ସୂଚନାଥାଉ କି, ପୂର୍ବରୁ ଶୁଚିସ୍ମିତାଓ ପୃଥ୍ୱୀରାଜ ଏକତ୍ର ଏକ ସରକାରୀ ସ୍କୁଲରେ ଶିକ୍ଷକତା କରୁଥିଲେ ।








