ଆନ୍ଧ୍ର ପରେ ଓଡ଼ିଶାରେ ପଶିଲା କରୋନା!
ପଡ଼ୋଶୀ ଆନ୍ଧ୍ରପ୍ରଦେଶ ପରେ ଓଡ଼ିଶାରେ କରୋନା ଭୂତାଣୁ ସଂକ୍ରମଣର ଖବର ଆସିଛି ।
ଏହି ପରିପ୍ରେକ୍ଷୀରେ ଗଂଜାମ ଜିଲାରେ ଜଣେ କରୋନା ପଜିଟିଭିଙ୍କୁ ଚିହ୍ନଟ କରାଯାଇଛି ।
ଏମକେସିଜିରେ କରୋନା ସଂକ୍ରମିତଙ୍କ ଚିକିତ୍ସା ଜାରି ରହିଛି ।
ସରକାରୀସ୍ତରରେ ସଂକ୍ରମଣ ନେଇ କୌଣସି ସୂଚନା ମିଳିପାରି ନାହିଁ ।
ତେବେ ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି ।
ଯେଭଳି ଭାବେ କରୋନା ସଂକ୍ରମିତଙ୍କ ଦ୍ୱାରା ଅନ୍ୟମାନେ ସଂକ୍ରମିତ ନ ହେବେ ସେଥିଲାଗି ମଧ୍ୟ ବ୍ୟବସ୍ଥା କରାଯାଉଛି ବୋଲି ସରକାରୀ ସୂତ୍ରରୁ ପ୍ରକାଶ ।