‘ଓମଫେଡ’ ପରେ ‘ଅମୂଲ’ ଝଟକା
ବଢ଼ିଲା ଅମୂଲ କ୍ଷୀର ଦର । ଗତ କିଛିଦିନ ତଳେ ରାଜ୍ୟ ସରକାରଙ୍କ ପକ୍ଷରୁ ‘ଓମଫେଡ’ ପ୍ୟାକେଟ ମୂଲ୍ୟ ବୃଦ୍ଧି କରାଯାଇଥିବାବେଳେ ପୁଣି ଦେଶର ଅଗ୍ରଣୀ ଦୁଗ୍ଧ ସମବାୟ ସଂସ୍ଥା ‘ଅମୂଲ’ର ମୂଲ୍ୟ ବୃଦ୍ଧି କରିବ ବୋଲି ନିଷ୍ପତି ନେଇଥିବା ଜଣାପଡ଼ିଛି ।
ଯଦି ମୂଲ୍ୟ ବୃଦ୍ଧି ପାଏ ତେବେ ସିଧାସଳଖ ସାଧାରଣ ବ୍ୟକ୍ତିଙ୍କ ମାସିକ ବଜେଟ ଉପରେ ପ୍ରଭାବ ପକାଇବ । ଅମୂଲ ଦ୍ୱାରା ପ୍ରଦାନ କରାଯାଇଥିବା ସୂଚନା ଅନୁଯାୟୀ ସମଗ୍ର ଦେଶରେ କ୍ଷୀର ମୂଲ୍ୟ ଲିଟର ପ୍ରତି ୨ଟଙ୍କା ବୃଦ୍ଧି କରାଯାଇଛି ।
ଏହା ଏକ ଜାତୀୟ ମୂଲ୍ୟ ବୃଦ୍ଧି, ଯାହା ଦେଶର ସମସ୍ତ ବଜାରରେ ସମାନ ଭାବେ କାର୍ଯ୍ୟକାରୀ ହେବ ।
ତେବେ ଗ୍ରାହକଙ୍କ ପାଇଁ ଏହା ଜାଣିବା ଗୁରୁତ୍ୱପୂର୍ଣ୍ଣ ଯେ ଏହି ଲିଟର ପ୍ରତି ୨ଟଙ୍କା ବୃଦ୍ଧି ମେ ମାସ ୧୪ତାରିଖରୁ କାର୍ଯ୍ୟକାରୀ ହୋଇଛି ।
ଏହାର ଅର୍ଥ ହେଉଛି ଯେ ମେ ୧୪ ତାରିଖରୁ ଗ୍ରାହକମାନଙ୍କୁ ଏବେ ଖୁଚୁରା ବଜାର ଏବଂ ଷ୍ଟୋରରେ ଅମୂଲ କ୍ଷୀର କିଣିବା ପାଇଁ ନୂତନ ଦର ଦେବାକୁ ପଡ଼ିବ ।
ଆହୁରି ଜଣାପଡ଼ିଛି ଯେ ପ୍ରତି ଲିଟର ପ୍ରତି ପ୍ରାୟ ୨.୫-୩.୫ ପ୍ରତିଶତ ବୃଦ୍ଧି ପାଇବ ।