୧୮୭୪ଟି ଷ୍ଟେସନରେ ଏଆଇ ନଜର
ଯାତ୍ରୀ ସୁରକ୍ଷା ସୁନିଶ୍ଚିତ କରିବା ସକାଶେ ଏବଂ ରେଳପଥର ସୁରକ୍ଷାକୁ ଗୁରୁତ୍ୱ ଦେଇ ଆର୍ଟିଫିସିଆଲ ଇଂଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତା (ଏଆଇ) ପ୍ରୟୋଗକୁ ଗୁରୁତ୍ୱ ଦିଆଯାଇଛି ।
ଏହି ସୂତ୍ରକୁ ଆଧାର କରି ହାଓଡା, ସିଆଲଦହ ସହ ଦେଶର ୧୮୭୪ଟି ରେଳ ଷ୍ଟେସନରେ ପ୍ରାଥମିକ ଭାବେ ଏହି ଅଭିନବ ବ୍ୟବସ୍ଥାକୁ ଚାଲୁ କରାଯିବ ।
ଏହି ବ୍ୟବସ୍ଥାରେ ଯାନ୍ତ୍ରିକ ଚକ୍ଷୁ (ରାଉଣ୍ଡ ଦି କ୍ନକ) ନଜରଦାରି ଚଳାଇବ । ପୂର୍ବ ରେଳ ପକ୍ଷରୁ କୁହାଯାଇଛି ଯେ ହାଓଡ଼ା ଡିଭିଜନର ୧୪ଟି, ସିଆଲଦହ ଡିଭିଜନର ୪୭ଟି ଏବଂ ମାଲଦହ ଡିଭିଜନର ଦୁଇଟି ଷ୍ଟେସନ ସହ ଦେଶର ମୋଟ ୧୮୭୪ଟି ଷ୍ଟେସନରେ ନଜରଦାରି ଚାଲିବ ।
କେବଳ ପଶ୍ଚିମବଙ୍ଗ ନୁହେଁ, ଦେଶର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନରେ ଏହି ବ୍ୟବସ୍ଥା ଦ୍ୱାରା ଯାତ୍ରୀ ସୁରକ୍ଷା ପ୍ରତି ଗୁରୁତ୍ୱ ଦିଆଯିବ । ରେଳ ବିଭାଗ ପକ୍ଷରୁ ଆହୁରି କୁହାଯାଇଛି ଯେ ପ୍ରତିଟି ଷ୍ଟେସନରେ ଆଇପି-ନିର୍ଭର ଭିଡିଓ ସର୍ଭେଲାନ୍ସ ସିଷ୍ଟମ (ଭିଏସଏସ) ସ୍ଥାପନ କରାଯିବ ।
ଏଥିପାଇଁ ଅର୍ଥ ବରାଦ ହୋଇଛି ।
ହାଇ ଡେଭିନେସନ ଇମୋଜିଂ ଏବଂ ଫେସିଆଲ ରେକିଗନେସନ କ୍ଷମତାସମ୍ପନ୍ନ କ୍ୟାମେରା ବସାଯିବା ପାଇଁ ବିଭିନ୍ନ ଷ୍ଟେସନ ଓ ରେଳ ଟନେଲରେ ବ୍ୟବସ୍ଥା କରାଯାଉଛି ।
ଯାହା ମାଧ୍ୟମରେ ସମସ୍ତ କିଛି ନଜର ରଖାଯିବାର ବ୍ୟବସ୍ଥା ହୋଇଛି । ମୂଳତଃ ଯାତ୍ରୀ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇ ଏଭଳି ପଦକ୍ଷେପ ନିଆଯାଉଛି ।
ଆହୁରି କୁହାଯାଇଛି ଯେ ଷ୍ଟେସନରେ ଯେପରି ପ୍ଲାଟଫର୍ମ ଟିକଟ ବ୍ୟତୀତ ଅନ୍ୟ କେହି ପ୍ରବେଶ ନ କରନ୍ତି ସେଥିପ୍ରତି ନଜର ରଖାଯିବ ।
ସେହିପରି ଷ୍ଟେସନକୁ ପରିଷ୍କାର, ପରିଚ୍ଛନ୍ନତା ପ୍ରତି ମଧ୍ୟ ଦୃଷ୍ଟି ଦିଆଯିବା ପ୍ରତି ଗୁରୁତ୍ୱ ଦିଆଯାଇଛି ।