ଦେଶରେ ଆସୁଛି ଆର୍ଥିକ ଝଡ଼, ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ ନାହିଁ
କଂଗ୍ରେସ ନେତା ରାହୁଳ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇଟାଲି ଗସ୍ତରେ ଇଟାଲି ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କ ମେଲୋଡ଼ି ଟଫି ଉପହାର ଦେବା ସମାଲୋଚନା କରିଛନ୍ତି । ଶ୍ରୀ ଗାନ୍ଧୀ କହିଛନ୍ତି ଯେ ଦେଶ ଏକ ଆର୍ଥିକ ସଂକଟ ଆଡ଼କୁ ଗତି କରୁଛି, ପ୍ରଧାନମନ୍ତ୍ରୀ ବିଦେଶରେ ଟଫି ବାଂଟିବାରେ ବ୍ୟସ୍ତ ରହିଛନ୍ତି ।
କଂଗ୍ରେସ ସାଂସଦ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି । ଇଟାଲି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଇଟାଲି ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କୁ ମେଲୋଡ଼ି ଟଫି ଉପହାର ଦେଇଥିଲେ, ଯାହାରଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।
ବର୍ତମାନ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଭାଇରାଲ ଭିଡ଼ିଓ ଉପରେ ପ୍ରତିକ୍ରିୟା ଦେଇ ରାହୁଲ ଗାନ୍ଧୀ କହିଛନ୍ତି ଯେ ଦେଶରେ ଏକ ଆର୍ଥିକ ଝଡ଼ ଆସିବାକୁ ଯାଉଛି, କିନ୍ତୁ ପ୍ରଧାନମନ୍ତ୍ରୀ ବିଦେଶରେ ଟଫି ବାଂଟିବାରେ ବ୍ୟସ୍ତ ରହିଛନ୍ତି । ଏକ ସୋସିଆଲ୍ ମିଡ଼ିଆ ପୋଷ୍ଟରେ ରାହୁଳ ଲେଖିଛନ୍ତି ଯେ ଚାଷୀ, ଯୁବକ, ମହିଳା, ଶ୍ରମିକ ଏବଂ ଛୋଟ ବ୍ୟବସାୟ କ୍ଷତିଗ୍ରସ୍ତ ହେଉଛନ୍ତି, ଯେତେବେଳେ ସରକାର ଗମ୍ଭୀର ପ୍ରସଙ୍ଗରୁ ଧ୍ୟାନ ହଟାଇବାରେ ବ୍ୟବସ୍ତ ରହିଛନ୍ତି ।
ଶ୍ରୀ ଗାନ୍ଧୀ ପୁଣି ସମାଲୋଚନା କରି କହିଛନ୍ତି ଯେ ଭାରତ ଛାଡ଼ି ଇଟାଲିରେ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କୁ ଭୋଟିବାକୁ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଭାରତବାସୀଙ୍କୁ କହିଥିଲେ ଯେ ଏକ ଆର୍ଥିକ ଝଡ଼ ଆସୁଛି, ସେ ଆହୁରି କହିଥିଲେ ଯେ ଲୋକମାନେ କମ ପେଟ୍ରୋଲ ବ୍ୟବହାର କରିବା ଉଚିତ, ସୁନା କିଣିବା ଉଚିତ ନୁହେଁ, କମ ଖର୍ଚ କରିବା ଉଚିତ ଏବଂ ବିଦେଶ ଯାତ୍ରା ଏଡାଇବା ଉଚିତ । କିନ୍ତୁ ମାତ୍ର ଗୋଟିଏ ଦିନ ପରେ ପ୍ରଧାନମନ୍ତ୍ରୀ ମୋଦୀ ୩,୦୦୦-୪୦୦୦ କୋଟି ଟଙ୍କାର ଏକ ବିମାନରେ ବସି ପକେଟରେ ଟଫି ଧରି ଇଟାଲି ଯାଇଥିଲେ, ଯେଉଁଠାରେ ଏକ ମେଲୋଡ଼ି ଟଫି ଉପହାର ଦେଇଥିଲେ । ଏହାଦ୍ୱାରା ଭାରତର ଲୋକଙ୍କୁ କିପରି ଉପହାସ କରାଯାଉଛି ବୋଲି ସେ ଉଲ୍ଲେଖ କରିଥିଲେ ।
ରାହୁଳ ଗାନ୍ଦୀ ବିମୁଦ୍ରାକରଣ ଉପରେ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ ସାଧାରଣ ଲୋକଙ୍କ ଟଙ୍କା ଏବଂ ପ୍ରତିଷ୍ଠାନଗୁଡ଼ିକୁ କିଛି ବଛା ବଛା ଶିଳ୍ପପତିଙ୍କ ନିକଟକୁ ସ୍ଥାନାନ୍ତର କରାଯାଉଛି ।
ପ୍ରକୃତରେ ଇଟାଲି ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ସୋସିଆଲ ମିଡିଆରେ ଏକ ଭିଡ଼ିଓ ସେୟାର କରିଛନ୍ତି, ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଦିଆଯାଇଥିବା ମେଲୋଡ଼ି ଟଫିର ଏକ ପ୍ୟାକେଟ ଦେଖାଉଥିବାର ଦେଖାଯାଇଛି । ଭିଡିଓରେ ମେଲୋନି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।