ଜଙ୍ଗଲରୁ ପୁଣି ମାଓ ଡମ୍ପ ଠାବ
ବୈପାରିଗୁଡ଼ା ତେନ୍ତୁଳିଗୁମ୍ମା ଜଙ୍ଗଲରୁ ପୁଣି ମାଓ ଡମ୍ପ ଠାବ କରିଛନ୍ତି ସୁରକ୍ଷାକର୍ମୀ ।
ତଲାସୀ ଅଭିଯାନ ସମୟରେ ଏହି ଜଙ୍ଗଲରେ ଏକ ଗୁମ୍ପା ଭିତରେ ଲୁଚାଯାଇଥିବା ୬ଟି ଦେଶୀ ବନ୍ଧୁକ, ୮ଟି ଟିଫିନ ବୋମା, ୪ଟି ଆଇଇଡ଼ିକୁ ସୁରକ୍ଷାକର୍ମୀମାନେ ଜବତ କରିଛନ୍ତି ।
ଏଥିସହ ବିସ୍ଫୋରଣ ପାଇଁ ବ୍ୟବହୃତ ଡିଟୋନେଟର, ଗୁଳି ସହ ବିପୁଳ ପରିମାଣର ବିସ୍ଫୋରକ ଏବଂ ମାଓ ପୁସ୍ତିକାକୁ ସୁରକ୍ଷାକର୍ମୀମାନେ ଜବତ କରିଛନ୍ତି ।
ପୂର୍ବରୁ ସୁରକ୍ଷାକର୍ମୀଙ୍କ ନିକଟେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନା ଆଧାରରେ ଏହି ସର୍ଚ୍ଚ ଅପରେସନ କରାଯାଇ ଏହି ସମସ୍ତ ଅସ୍ତ୍ରଶସ୍ତ୍ରକୁ ଜବତ କରାଯାଇଛି ।
ଗତ ଜୁନ ୧୧ ତାରିଖରୁ ଜୁଲାଇ ୩ ତାରିଖ ମଧ୍ୟରେ କୋରାପୁଟି ଓ କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ ସମୟରେ ଏହି ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା କୋରାପୁଟ ଏସପି ରୋହିତ ବର୍ମା ସୂଚନା ଦେଇଛନ୍ତି ।