ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ
ପୁଣି ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥା (ଭିଜିଲାନ୍ସ) ଜାଲରେ ପଡ଼ିଛନ୍ତି ଜଣେ କୁବେର ଯନ୍ତ୍ରୀ ।
ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ସହକାରୀ ଯନ୍ତ୍ରୀଙ୍କୁ ଭିଜିଲାନ୍ସ ଗିରଫ କରିଛି ।
ରାୟଗଡ଼ା କୋଲନରା ବ୍ଲକ ଆରଡବ୍ଲୁ୍ୟଏସଏସ ସହକାରୀ ଯନ୍ତ୍ରୀ ମଳୟ କୁମାର ନାୟକଙ୍କ ବାସଭବନ ଓ କାର୍ଯ୍ୟାଳୟ ଉପରେ ଭିଜିଲାନ୍ସ ଚଢ଼ଉ କରିଛି ।
ଏଥିସହ ସହକାରୀ ଯନ୍ତ୍ରୀଙ୍କ ଗଞ୍ଜାମ ଓ ରାୟଗଡ଼ାର ୭ଟି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଇଛି ।