‘ଏସଆଇଆର’ ପାଇଁ ବିଜେଡିର ମନିଟରିଂ ଦଳ ଗଠିତ
ରାଜ୍ୟରେ ଜୁଲାଇ ପହିଲାରୁ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ଆରମ୍ଭ ହେବ ।
ଏଥି ନେଇ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ବୁଥସ୍ତର କର୍ମୀ (ବିଏଲଏ)ଙ୍କ ନିଯୁକ୍ତି ପ୍ରକ୍ରିୟାର ନିରୀକ୍ଷଣ ଓ ଯାଂଚ ନିମନ୍ତେ ପ୍ରତ୍ୟେକ ରାଜନୈତିକ ଦଳଙ୍କୁ ଏକ ଟିମ ଗଠନ କରିବାକୁ ଇସିଆଇ କହିଥିଲେ ।
ନିର୍ଦେଶାନୁସାରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ମନିଟରିଂ କମିଟି ଗଠନ କରାଯାଇଛି ।
ଏହି କମିଟିରେ ପ୍ରମିଳା ମଲ୍ଲିକ, ନିରଞ୍ଜନ ପୁଜାରୀ, ପ୍ରତାପ ଜେନା, ଡ. ସସ୍ମିତ ପାତ୍ର, ଭୃଗୁ ବକ୍ସିପାତ୍ର, ବିଜୟ ନାୟକଙ୍କୁ ସାମିଲ କରାଯାଇଛି । ଏହି କମିଟି ବିଏଲଏ ନିଯୁକ୍ତିର ତୁରନ୍ତ ନିରୀକ୍ଷଣ ଆରମ୍ଭ କରିବାକୁ ଦଳର ସଭାପତି ନବୀନ ପଟ୍ଟନାୟକ କହିଛନ୍ତି ।
ଏହା ସହ ପ୍ରତି ସପ୍ତାହରେ ଏ ନେଇ ତଥ୍ୟ ରଖିବାକୁ କମିଟିକୁ ନିର୍ଦେଶ ଦେଇଛନ୍ତି ।