ବିଜେପିର ୪ ରାଜ୍ୟସଭାପତି ପରିବର୍ତନ
ବିଜେପି ପକ୍ଷରୁ ଚାରି ରାଜ୍ୟର ରାଜ୍ୟ ସଭାପତିଙ୍କୁ ବଦଳାଯାଇଛି । ହାଇକମାଣ୍ଡ ନୂତନ ସଭାପତିଙ୍କ ନାମ ଘୋଷଣା କରିଛନ୍ତି ଏବଂ ଏକ ବିଜ୍ଞପ୍ତି ଜାରି କରିଛନ୍ତି । ବିଜେପି ଦିଲ୍ଲୀ, ପଞ୍ଜାବ, ହରିଆଣା ଏବଂ ତ୍ରିପୁରାରେ ନୂତନ ରାଜ୍ୟ ସଭାପତିଙ୍କୁ ନିଯୁକ୍ତ କରିଛି । ହର୍ଷ ମାଲହୋତ୍ରାଙ୍କୁ ଦିଲ୍ଲୀ ବିଜେପି ରାଜ୍ୟ ସଭାପତି ଭାବେ ନିଯୁକ୍ତ କରାଯାଇଥିବାବେଳେ କେୱଲ ସିଂହ ଢ଼ିଲୋଙ୍କୁ ପଞ୍ଜାବର ଦାୟିତ୍ୱ ଅର୍ପଣ କରାଯାଇଛି । ସେହିପରି ଅର୍ଚନା ଗୁପ୍ତାଙ୍କୁ ହରିଆଣାର ନୂତନ ରାଜ୍ୟ ସଭାପତି ଭାବେ ନିଯୁକ୍ତ କରାଯାଇଥିବାବେଳେ ଅଭିଷେକ ଦେବରାୟଙ୍କୁ ତ୍ରିପୁରାର ବିଜେପି ଦାୟିତ୍ୱ ଦିଆଯାଇଛି ।
ହର୍ଷ ମାଲୋହୋତ୍ରା : ହର୍ଷ ମାଲହୋତ୍ରାଙ୍କୁ ବୀରେନ୍ଦ୍ର ସଚଦେବଙ୍କ ସ୍ଥାନରେ ନୂତନ ରାଜ୍ୟ ସଭାପତି ଭାବେ ନିଯୁକ୍ତ କରାଯାଇଛି । ହର୍ଷ ୧୮ତମ ଲୋକସଭାରେ ପୂର୍ବ ଦିଲ୍ଲୀରୁ ସାଂସଦ ଅଟନ୍ତି । ସେ କେନ୍ଦ୍ର ସରକାରଭ୍କ ସଡ଼କ ପରିବହନ ଏବଂ ରାଜପଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ । ସେ ୨୦୧୨ ମସିହାରେ ତାଙ୍କର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ପୂର୍ବ ଦିଲ୍ଲୀର ସ୍ୱାଗତ ୱାର୍ଡରୁ କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ । ୨୦୧୫ ମସିହାରେ ସେ ପୂର୍ବ ଦିଲ୍ଲୀ ନଗର ନିଗମର ମେୟର ଭାବେ ନିର୍ବାଚିତ ହୋଇଥିଲେ । ୨୦୨୪ ମସିହାରେ ସେ ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନରେ ବିଜୟୀ ହୋଇ ସାଂସଦ ହୋଇଥିଲେ । କେନ୍ଦ୍ର କ୍ୟାବିନେଟରେ ମଧ୍ୟ ଯୋଗ ଦେଇଛନ୍ତି ।
ଅର୍ଚନା ଗୁପ୍ତା : ଅର୍ଚନା ଗୁପ୍ତାଭ୍କୁ ମୋହନ ଲାଲ ବାଡୋଲିଙ୍କ ସ୍ଥାନରେ ରାଜ୍ୟ ସଭାପତି ଭାବେ ନିଯୁକ୍ତ କରାଯାଇଛି । ସେ ଜଣେ ଡାକ୍ତର ଓ ଏବଂ ରେଡିଲୋଜିଷ୍ଟ । ତାଙ୍କ ସ୍ୱାମୀ, ଅନିଲ ଗୁପ୍ତା ମଧ୍ୟ ଜଣେ ଡାକ୍ତର ଏବଂ ଚକ୍ଷୁ ବିଶେଷଜ୍ଞ । ରାଜ୍ୟ ସଭାପତି ହେବା ପୂର୍ବରୁ ଅର୍ଚନା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଥିଲେ ।
କେୱଲ ସିଂହ ଢିଲୋନ : ସୁନୀଲ ଜାଖରଙ୍କ ସ୍ଥାନରେ ବିଜେପ ନେତା କେୱଲ ସିଂହ ଢିଲୋନଙ୍କୁ ରାଜ୍ୟ ସଭାପତି ଭାବେ ନିଯୁକ୍ତ କରିାଯାଇଛି । ସେ ବର୍ଣ୍ଣାଲାରୁ ବିଧାୟକ ଅଛନ୍ତି । କେୱଲ ସିଂହ ଜୁନ ୨୦୨୨ରେ ବିଜେପିରେ ଯୋଗ ଦେଇଥିଲେ । ବିଜେପିରେ ଯୋଗ ଦେବା ପରେ ତାଙ୍କୁ ପ୍ରଥମେ ରାଜ୍ୟ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା । ତାଙ୍କୁ ପଞ୍ଜାବ କୋର କମିଟିର ସଦସ୍ୟ ମଧ୍ୟ କରାଯାଇଥିଲା । ବର୍ତମାନ ତାଙ୍କୁ ୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନ ପାଇର୍ ଦଳକୁ ପ୍ରସ୍ତୁତ ଏବଂ ବଜବୁତ କରିବାର ଦାୟିତ୍ୱ ଦିଆଯାଇଛି ।
ଅଭିଷେକ ଦେବରାୟ : ଅଭିଷେକ ଗୋମତି ଜିଲାର ମାତାରବାରି ବିଧାନସଭା ନିର୍ବାଚନମଣ୍ଡଳୀରୁ ତ୍ରିପୁରା ବିଧାନସଭାର ସଦସ୍ୟ । ସେ ୨୦୨୩ରେ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ । ସେ ତ୍ରିପୁରାର ଗୋମତି ଜିଲାର କାକରବନର ବାସିନ୍ଦା । ସେ ହିମାଂଶୁ ଦେବରୟଙ୍କ ପୁତ୍ର । ସେ ୨୦୨୦ ମସିହାରେ କର୍ଣ୍ଣାଟକର ରାଜୀବ ଗାନ୍ଧୀ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟରୁ ଫାର୍ମାସିରେ ସ୍ମାତକ ଡିଗ୍ରୀ ହାସଲ କରିଥିଲେ । ଦେବରାୟ ୨୦୨୩ ମାତାରବାରି ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲେ ।