ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ବୋମା ଧମକ
ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଆଜି ଜଳନ୍ଧର ଏବଂ ଫରିଦକୋଟରେ ଉପସ୍ଥିତ ଅଛନ୍ତି ।
ଉଭୟ ଜିଲାର ସ୍କୁଲଗୁଡ଼ିକୁ ବୋମା ଧମକ ମିଳିଥିବା ଜଣାପଡ଼ିଛି । ଧମକପୂର୍ଣ୍ଣ ଇମେଲରେ ମୁଖ୍ୟମନ୍ତ୍ରୀ ମାନ ଏବଂ କେନ୍ଦ୍ରମନ୍ତ୍ରୀ ରଭନୀତ ବିଟ୍ଟୁଙ୍କ କାରକୁ ବୋମାରେ ଉଡାଇଦେବାରକୁ ଧମକ ମିଳିଛି ।
ମିଳିଥିବା ସୂଚନା ଅନୁଯାୟୀ ବିଏମସି ଛକ ନିକଟରେ ଥିବା ଏପିଜେ ସ୍କୁଲକୁ ଇମେଲ ମାଧ୍ୟମରେ ଏକ ବୋମା ଧମକ ମିଳିଥିଲା ।
ଧମକ ପାଇବା ମାତ୍ରେ ସ୍କୁଲ ପରିସରରେ ଆତଙ୍କ ଖେଳିଯାଇଥିଲା । ପୁଲିସ ଏବଂ ପ୍ରଶାସନିକ ଦଳ ତୁରନ୍ତ ଘଟଣାସ୍ଥଳରେ ପହଂଚିଥିଲେ । ସମଗ୍ର ଅଂଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା ।
ସ୍କୁଲ ପରିସରକୁ ସମ୍ପୂର୍ଣ୍ଣ ଭାବେ ତଲାସି କରାଯାଇଥିଲା । ହେଲେ କୌଣସି ସନେ୍ଦହଜନକ ବସ୍ତୁ ମିଳିନଥିବା ଜଣାପଡ଼ିଛି ।
ସହରର ୫ରୁ ୬ଟି ସ୍କୁଲକୁ ଏଭଳି ଧମକ ମିଳିଛି । ଯାହାଦ୍ୱାରା ସ୍କୁଲଗୁଡ଼ିକୁ ତୁରନ୍ତ ଛୁଟି ଘୋଷଣା କରାଯାଇଛି ।