ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ଖୁଲାସା
କାଳୁଆ ଯାତ୍ରାରେ ହୋଇଥିଲା ଷଡ଼ଯନ୍ତ୍ର
ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡରେ ଦାଖଲ ହୋଇଥିବା ଚାର୍ଜସିଟ୍ରେ ବଡ଼ ଖୁଲାସା ସାମ୍ନାକୁ ଆସିଛି ।
ପୀତବାସଙ୍କୁ ହତ୍ୟା କରିବା ପାଇଁ କାଳୁଆ ଯାତ୍ରାରେ ହୋଇଥିଲା ଷଡ଼ଯନ୍ତ୍ର ।
ଏନେଇ ଦୁଇ ଜଣ ସାକ୍ଷୀଙ୍କ ବୟାନ ସାମ୍ନାକୁ ଆସିଛି ।
ପୀତବାସଙ୍କୁ ହତ୍ୟା କରିବା ପାଇଁ କାଳୁଆ ଯାତ୍ରାରେ ଉଭୟ ଏକାଠି ହୋଇଥିଲେ।
ଆଇନଜୀବୀ ପୀତବାସ ହତ୍ୟାକାଣ୍ଡ ମାମଲାରେ ଦାଖଲ ଚାର୍ଜସିଟ୍ରେ ପୁଲିସ ଉଲ୍ଲେଖ କରିଛି ।
ସୂଚନାଥାଉ କି, ଏହି ହତ୍ୟାକାଣ୍ଡରେ ଏଯାବତ ମୁଖ୍ୟ ଅଭିଯୁକ୍ତ ବିକ୍ରମ ପଣ୍ଡା ସମେତ ଏକାଧିକ ଅପରାଧୀ ଗିରଫ ହୋଇସାରିଛନ୍ତି ଓ ପ୍ରାୟ ୯ଶହ ପୃଷ୍ଠାର ଚାର୍ଜସିଟ୍ ପୁଲିସ ଦାଖଲ କରିଛି ।