ଅଗ୍ନିକାଣ୍ଡରେ ବିଏସଏଫ ଅଧିକାରୀ ମୃତ
ପଶ୍ଚିମବଙ୍ଗର ଉତର ୨୪ପ୍ରଗଣା ଜିଲା ଅନ୍ତର୍ଗତ ବାଂଲାଦେଶ ସୀମାନ୍ତରେ ଏକ ଅଗ୍ନିକାଣ୍ଡ ଘଟି ବିଏସଫ୍ର ଜଣେ ଅଧିକାରୀ ପ୍ରାଣ ହରାଇଛନ୍ତି ।
ମୃତ ବିଏସଏଫ ଅଧିକାରୀ ହେଲେ ଏଏସଆଇ ଜାଗି ରାମ ।
ସୀମା ବାଙ୍କରା ବର୍ଡର ଆଉଟପୋଷ୍ଟରେ ବିଏସଏଫର ଏକ ଇନ୍ଧନ ଗୋଦାମରେ ଅଗ୍ନିକାଣ୍ଡ ଘଟିଥିଲା ।
ଅଗ୍ନିକାଣ୍ଡ ମଧ୍ୟରେ ଜାଗି ରାମ ଫସିଯିବାଦ୍ୱାରା ମୃତ୍ୟୁର ଶିକାର ହୋଇଥିଲେ । ବିଏସଏଫର ପାଟ୍ରୋଲିଂ ବେଟରେ ଇନ୍ଧନ ଭରିବା ପାଇଁ ଏହି ଗୋଦାମଟି ଆଉଟପୋଷ୍ଟ ନିକଟରେ ଥିଲା ।