ଆରଡି ଛକରେ ବୁଲିଲା ବୁଲଡୋଜର
ଭଦ୍ରକର ଜନ ଗହଳିପୂର୍ଣ୍ଣ ଆରଡି ଛକରେ ଅନେକ ବର୍ଷ ଧରି ଗଢ଼ି ଉଠିଥିବା ଜବରଦଖଲକୁ ଉଚ୍ଛେଦ କରାଯାଇଛି ।
ଲୋକମାନେ ଯେଉଁ ସରକାରୀ ଜମକୁ ଜବରଦଖଲ କରି ଦୋକାନ ଆଦି କରିଥିଲେ, ଆଜି ପୂର୍ବାହ୍ନରେ ପୁଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବୁଲଡୋଜର ଲଗାଇ ହଟାଇ ଦିଆଯାଇଛି ।
ଆଜି ପୂର୍ବାହ୍ନରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇ ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିଥିଲା । ଜବରଦଖଲ ଉଚ୍ଛେଦ ବେଳେ ମାଜିଷ୍ଟ୍ରେଟ ଭଦ୍ରକ ତହସିଲଦାର ସଂଗ୍ରାମ କେଶଣୀ ପ୍ରିୟଦର୍ଶୀଙ୍କ ଉପସ୍ଥିତିରେ ଟାଉନ ପୁଲିସଙ୍କ ସହ ଦୁଇ ପ୍ଲାଟୁନ ସଶସ୍ତ୍ର ଫୋର୍ସ ମୁତୟନ କରାଯାଇଥିଲା ।
ତହସିଲ ର୍କା୍ୟାଳୟର ସମସ୍ତ କର୍ଚମାରୀ ଜବରଦଖଲ ହୋଇଥିବା ସରକାରୀ ଜମିର ଚିହ୍ନଟ କରିଥିଲେ । ଏ ନେଇ ତହସିଲଦାର କହିଛନ୍ତି ଯେ ମହତାବ ଛକ ପର୍ଯ୍ୟନ୍ତ ଥିବା ସମସ୍ତ ଜବରଦଖଲକୁ ଉଚ୍ଛେଦ କରାଯିବ ।
ସେହିପରି ଆରଡି ରାସ୍ତାରେ କେନ୍ଦ୍ରୀୟ ବିଦ୍ୟାଳୟ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ବ ଏବଂ ଆରଡି ଛକରୁ ମେଡ଼ିକାଲ ଛକର ଉଭୟ ପାର୍ଶ୍ବରେ ହୋଇଥିାବ ଜବରଦଖଲ ଉଚ୍ଛେଦ କରାଯିବ ।