ତ୍ୱିଶା ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ସୁପାରିଶ
ବହୁଚର୍ଚ୍ଚିତ ତ୍ୱିଶା ଶର୍ମା ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରାଯାଇଛି ।
ସିବିଆଇ ତଦନ୍ତ ପାଇଁ ମଧ୍ୟପ୍ରଦେଶ ସରକାର ଏଭଳି ସୁପାରିଶ କରିଛନ୍ତି ।
ତ୍ୱିଶାଙ୍କ ସ୍ୱାମୀ ସମର୍ଥ ଏବେ ମଧ୍ୟ ଫେରାର ରହିଥିବାବେଳେ ତାଙ୍କୁ ଠାବ କରିପାରିନି ପୁଲିସ ।
ତ୍ୱିଶାଙ୍କ ପରିବାର ପକ୍ଷରୁ ଏହି ମୃତୁ୍ୟ ମାମଲାର ସିବିଆଇ ତଦନ୍ତ ପାଇଁ ଦାବି କରାଯାଉଥିଲା ।
ଏହି ରହସ୍ୟମୟ ମୃତ୍ୟୁ ମାମଲାରେ ପୁଲିସ ପ୍ରାଥମିକ ତଦନ୍ତ କରିଛି ।
ତଦନ୍ତବେଳେ ତ୍ୱିଶାଙ୍କ ମୋବାଇଲକୁ ୪୬ଟି କଲ ଆସିଥିବା ଜଣାପଡ଼ିଛି ।