ବୈତରଣୀ ପାୱାର ପ୍ରୋଜେକ୍ଟ ବିରୋଧରେ ଅଭିଯୋଗ
ବିନା ସୂଚନାରେ ଛାଡ଼ିଦେଲେ ପାଣି : ମନ୍ତ୍ରୀ
ବୈତରଣୀ ପାୱାର ପ୍ରୋଜେକ୍ଟ ବିରୋଧରେ ସାଂଘାତିକ ଅଭିଯୋଗ କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।
ବିନା ସୂଚନାରେ କମ୍ପାନୀ ପାଣି ଛାଡ଼ି ଦେଇଛି ବୋଲି ସେ ଅଭିଯୋଗ କରିଛନ୍ତି ।
ପାଣି ଛାଡ଼ିବା ପୂର୍ବରୁ ପ୍ରାକ୍ ସୂଚନା ଦେବାର ନିୟମ ରହିଥିଲେ ହେଁ ବୈତରଣୀ ପାୱାର ପ୍ରୋଜେକ୍ଟର କର୍ତୃପକ୍ଷ ତାହାକୁ ନ ମାନି ନିଜ ମନମାନିରେ କାମ କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ଅଭିଯୋଗ କରିଛନ୍ତି ।
ଏହି ଘଟଣାର ବିଧିବଦ୍ଧ ତଦନ୍ତ ହେବ ।
ତଦନ୍ତରେ ଦୋଷୀ ସାବ୍ୟସ୍ତ ହେଲେ ସମ୍ପୃକ୍ତ କମ୍ପାନୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି ।








