୯ଟି ଦେଶକୁ ଯିବାକୁ ଡିଜିସିଏର ବାରଣ
ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୀଷଣ ଯୁଦ୍ଧକୁ ଦୃଷ୍ଟିରେ ରଖି ବେସାମରିକ ବିମାନ ଉଡ଼ାଣ ବିଭାଗ (ଡିଜିସିଏ) ପକ୍ଷରୁ ଏକ ସର୍କୁଲାର ଜାରି କରାଯାଇଛି ।
ଉକ୍ତ ସର୍କୁଲାର ଅନୁଯାୟୀ ମଧ୍ୟପ୍ରାଚ୍ୟର ୯ଟି ଦେଶକୁ ବିମାନ ଚଳାଚଳ ନ କରିବାକୁ ସତର୍କ କରାଯାଇଛି ।
ଏହି ଦେଶଗୁଡ଼ିକ ହେଲା ବାହାରିନ, ଇରାନ, ଇରାକ, ଇସ୍ରାଏଲ, ଜୋର୍ଡାନ, କୁଏତ. ଲେବାନାନ,ୟୁଏଇ ଓ କାତାର ଆଦି ଦେଶକୁ ବିମାନ ଚଳାଚଳ କରାଯିବନି ବୋଲି ନିର୍ଦେଶ ଜାରି କରିଛି ।
ସେହିପରି ଓମାନ ଓ ସାଉଦି ଆରବକୁ ସର୍ତମୂଳକ ଉଡ଼ାଣ ପାଇଁ କହିଛି ।
ବିଶେଷ କରି ଇରାନ ପକ୍ଷରୁ ମଧ୍ୟପ୍ରାଚ୍ୟର ବିଭିନ୍ନ ରାଷ୍ଟ୍ରଗୁଡ଼ିକ ଉପରେ କ୍ରମାଗତ ଆକ୍ରମଣ କରାଯାଉଥିବାରୁ ଡିଜିିସିଏ ଏଭଳି ନିଷ୍ପତି ନେଇଛି । ସାଉଦି ଆରବ ଏବଂ ଓମାନରେ ପ୍ରାୟ ୩୬ ହଜାର ଫୁଟ ଉଚ୍ଚରେ ବିମାନ ଉଡ଼ାଣ ଭରିବାକୁ ଡିଜିସିଏ ନିର୍ଦେଶ ଜାରି କରିଛି ।