ଦେବୀଙ୍କ ଘରେ ଦିଲୀପ
ରାଜ୍ୟସଭା ନିର୍ବାଚନରେ ବିଜୟୀ ହେବା ପରେ ଆଜି ଭୁବନେଶ୍ୱରସ୍ଥିତ ବାଙ୍କୀ ବିଧାୟକ ଦେବୀ ରଂଜନ ତ୍ରିପାଠୀଙ୍କ ଘରେ ପହଂଚିଥିଲେ ଦିଲୀପ ରାୟ । ସେଠାରେ ସେ ପୂର୍ବତନ ବିଧାୟକ ପ୍ରଭାତ ତି୍ରପାଠୀଙ୍କୁ ଭେଟିଥିଲେ । ବହୁ ସମୟ କଥାବାର୍ତା କରିବା ପରେ ଦିଲୀପ ଫେରିଯାଇଥିଲେ ।
ଅନ୍ୟପଟେ ବିଧାନସଭା ନିର୍ବାଚନରେ ଦଳୀୟ ହ୍ୱିପ ସତ୍ୱେ ଦିଲୀପଙ୍କ ସପକ୍ଷରେ କ୍ରସ ଭୋଟିଂ କରିଥିବା ଦେବୀ ରଂଜନଙ୍କୁ ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଏହାର ଉତର ୩ ଦିନ ମଧ୍ୟରେ ଦେବାକୁ ଦଳୀୟ ସୁପ୍ରିମୋଙ୍କ ନିର୍ଦେଶ ରହିଛି ।
ଅପରପକ୍ଷରେ ଦଳରେ ଏବେ ଦୁଇଟି ଗୋଷ୍ଠୀଙ୍କ ଭିତରେ କନ୍ଦଳ ଲାଗି ରହିଛି ବୋଲି ସ୍ୱୀକା କରିଛନ୍ତି ବିଧାୟକ ଦେବୀ ରଂଜନ । ସେ ତାଙ୍କ ପ୍ରତିକି୍ରୟାରେ କହିଛନ୍ତି ଯେ, ଦଳରେ ଏବେ ଦୁଇଟି ଗୋଷ୍ଠୀ ଅଛନ୍ତି ।
ଗୋଟିଏ ଗୋଷ୍ଠୀ ତାଙ୍କ ଗୋଷ୍ଠୀ ଯିଏ ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଦଳରେ ଯୋଗ ଦେଇଥିଲେ ଏବଂ ଆଜି ଅଛନ୍ତି । ବିଜୁ ଲିଗାସୀକୁ ସମ୍ମାନ ଜଣାଇ ସେ ତାଙ୍କ ଭୋଟ ଦିଲୀପଙ୍କୁ ଦେଇଥିଲେ ।
ଅନ୍ୟପଟେ ପୂର୍ବରୁ ଦଳୀୟ ସୁପ୍ରିମୋଙ୍କୁ ହାତମୁଠାରେ ରଖି ବିଜେଡି ଓ ସମଗ୍ର ଓଡ଼ିଶାକୁ କରାୟତ କରିବାର ଅପଚେଷ୍ଟା କରିଥିବା ର୍ପୂବତନ ପ୍ରଶାସନିକ ଅଧିକାରୀ ଭି.କେ.ପାଣ୍ଡିଆନଙ୍କ ଗୋଷ୍ଠୀ ।
ଆମେ ବିଜୁବାବୁଙ୍କ ଆଦର୍ଶରେ ଅଛୁ ଓ ରହିବୁ । ତେବେ ବର୍ତମାନ ଦଳ ମଧ୍ୟରେ କିଏ ପ୍ରକୃତରେ ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ରହିଛି ତାହା ସ୍ପଷ୍ଟ କରିବା ପାଇଁ ଆମର ଏହି ସଂଗ୍ରାମ ଆଗକୁ ମଧ୍ୟ ଜାରି ରହିବ ବୋଲି ବିଧାୟକ ଶ୍ର୍ରୀ ତ୍ରିପାଠୀ କହିଛନ୍ତି ।