ବନ୍ୟାକୁ ୮ ଦିନ : ବନ୍ଧରେ ବିତୁଛି ଜୀବନ
ଅବିଶ୍ରାନ୍ତ ବର୍ଷାରେ ଆସିଥିଲା ଭୟଙ୍କରୀ ବନ୍ୟା ।
ଏହି ବନ୍ୟାରେ ରାଜ୍ୟର ପ୍ରାୟ ୧୫ଟି ଜିଲାର ୧୦ ଲକ୍ଷରୁ ଊଦ୍ଧ୍ୱର୍ ଲୋକେ ସିଧାସଳଖ ପ୍ରଭାବିତ ହୋଇଛନ୍ତି ।
ତେବେ ଇତିମଧ୍ୟରେ ଛାଡ଼ିଗଲାଣି ବନ୍ୟା ।
ରାଜ୍ୟର ପ୍ରମୁଖ ନଦୀ ମହାନଦୀ ଓ ଏହାର ବିଭିନ୍ନ ଶାଖା ନଦୀଗୁଡ଼ିକରୁ ଜଳସ୍ତର କମିଲାଣି ।ହେଲେ କମିନି ବନ୍ୟା ପୀଡ଼ିତଙ୍କ ଦୁର୍ଦଶା ।
ଏହି ବନ୍ୟାରେ ନିଜର ସର୍ବସ୍ୱ ହରାଇଥିବା ଏହି ଲୋକଙ୍କ ନଦୀ ବନ୍ଧରେ ବିତୁଛି ଜୀବନ ।
ଏହାକୁ ଦୃଷ୍ଟିରେ ରଖି ତୁରନ୍ତ ବନ୍ୟା ବିପନ୍ନଙ୍କୁ ରିଲିଫ ଯୋଗାଇ ଦେବା ସହ ସେମାନଙ୍କୁ ଥଇଥାନ କରିବାକୁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ।
ବିଶେଷ କରି ଯାଜପୁର ଜିଲା ଏହି ବନ୍ୟାରେ ବିଶେଷ ଭାବେ ପ୍ରଭାବିତ ହୋଇଥିବାବେଳେ ଏହାର ସହସ୍ରାଧିକ ଲୋକେ ବାସଗୃହ ହରାଇ ବନ୍ଧରେ ଆଶ୍ରୟ ନେଇଛନ୍ତି ।
ସରକାର ଦେଇଥିବା ଜରିପାଲ ତଳେ ସେମାନଙ୍କ ଜୀବନ ବିତୁଛି ।
ଏଣୁ ତୁରନ୍ତ ବନ୍ୟା ବିପନ୍ନଙ୍କୁ ସମସ୍ତ ସହାୟତା ଯୋଗାଇ ଦେବା ସହ ସେମାନଙ୍କୁ ଥଇଥାନ କରିବାକୁ ରାଜ୍ୟ ସରକାର ନିର୍ଦେଶ ଜାରି କରିଛନ୍ତି ।








