ହ୍ୱାଟସଆପରେ ଅଭିଯୋଗ କରିପାରିବେ ଇପିଏଫଓ ସଦସ୍ୟ
ଆପତି ଅଭିଯୋଗ ଦାଖଲ କରିବା ଲାଗି କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ) ସଦସ୍ୟମାନଙ୍କୁ ପ୍ରତ୍ୟକ୍ଷ ଭାବେ କାର୍ଯ୍ୟାଳୟ ଯିବାକୁ ପଡ଼ିବ ନାହିଁ କିମ୍ବା କଲ ସେଂଟରକୁ ମଧ୍ୟ କଲ କରିବାକୁ ପଡ଼ିବ ନାହିଁ । ସେମାନେ ଯେକୌଣସି ସ୍ଥାନରୁ ହ୍ୱାଟସଆପ ଜରିଆରେ ସେହି କାମ କରିପାରିବେ । ସଦସ୍ୟମାନଙ୍କ ନିମନ୍ତେ ଏକ ହ୍ୱାଟସଆପ ଚାଟବଟ ଆଣିବାକୁ ଇପିଏଫ୍ଓ ଯୋଜନା ରଖିଥିବା ସମ୍ପର୍କରେ ଶ୍ରମମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସୂଚନା ଦେଇଛନ୍ତି ।
ଇପିଏଫଓ ସଦସ୍ୟମାନେ ନିଜର ପଞ୍ଜିକୃତ ମୋବାଇଲ ନମ୍ବରରେ ପରିଚାଳିତ ହେଉଥିବା ହ୍ୱାଟସଆପ ଜରିଆରେ ‘ହେଲୋ’ କହି ନିଜର ବାର୍ତାଳାପ ଆରମ୍ଭ କରିପାରିବେ । ସଦସମ୍ରନାଭ୍କ ସୁରକ୍ଷା ପାଇଁ ସେହି ଆକାଉଂଟକୁ ଗ୍ରୀନ ଟିକ୍ ଚିହ୍ନ ପ୍ରଦାନ କରାଯାଇଛି । ଫଳରେ ସେମାନେ ତାହାକୁ ସହଜରେ ଚିହ୍ନଟ କରିପାରିବେ ।
ଦେଶରେ ବହୁ ସଂଖ୍ୟାରେ ଲୋକ ବ୍ୟବହାର କରୁଥିବାରୁ ହ୍ୱାଟସଆପକୁ ଏଥିପାଇଁ ଚୟନ କରାଯାଇଥିବା ମନ୍ତ୍ରୀ ଶ୍ରୀ ମାଣ୍ଡଭୀୟ କହିଛନ୍ତି । ଏହି ସେବା ଆଂଚଳିକ ଭାଷାରେ ମଧ୍ୟ ଉପଲବ୍ଧ ହେବ । କେତେକ ସାଧାରଣ ପ୍ରଶ୍ନର ଉତର ସ୍ୱୟଂକ୍ରିୟ ଭାବେ ଚାଟବଟରୁ ମିଳିଯିବ । ଚବିଶ ଘଂଟା ସେହି ସେବା ଉପଲବ୍ଧ ହେବ ।
ସରକାରଙ୍କ ବିଭିନ୍ନ ବିଭାଗ ପାଇଁ ଆସିଥିବା ମୋଟ ଆପତି ଅଭିଯୋଗର ୧୫.୫ ପ୍ରତିଶତ କେବଳ ଶ୍ରମ ମନ୍ତ୍ରଣାଳୟ ବିରୋଧରେ ଆସିଥିଲା । ସେଥିରୁ ଅଧିକାଂଶ ଅଭିଯୋଗ ଇପିଏଫଓର ବିଭିନ୍ନ ସେବା ଯଥା ପିଏଫ ଉଠାଣ, ପେନସନ ଓ ମଜୁରି ସଂକ୍ରାନ୍ତରେ ଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ ହ୍ୱାଟସଆପ ଚାଟବଟରେ ଅସମ୍ପୂର୍ଣ୍ଣ ଆଧାର ପ୍ରମାଣୀକରଣ ଓ ଅଚଳ ଡିବିଟି ବ୍ୟାଙ୍କ ଖାତା ସମସ୍ୟାର ସମାଧାନ ପ୍ରଦାନ କରାଯିବ ।
ଏହା ସହିତ ପିଏଫ ଖାତା ବାଲାନ୍ସ ଜାଣିବା, ନିକଟରେ ହୋଇଥିବା କାରବାର ଓ ଦାବିର ସ୍ଥିତି ସମ୍ପର୍କିତ ସୂଚନା ମିଳିବ ।
ଆର୍ଟିଫିସିଆଲ ଇଂଟେଲିଜେନ୍ସ (ଏଆଇ) ଶକ୍ତିକୁ ବ୍ୟବହାର କରି ଇପିଏଫଓ ଡାଟାବେସରୁ ଏହି ଚାଟବଟ ଉତର ଖୋଜି ସଦସ୍ୟଙ୍କୁ ପ୍ରଦାନ କରିବ ବୋଲି ଜଣାପଡ଼ିଛି ।