୭ ଦିନ ବଢ଼ିଲା ଚାଷୀ ପଞ୍ଜୀକରଣ ଅବଧୀ
ଆସନ୍ତା କାଲି ଅଗଷ୍ଟ ୩୧ ତାରିଖରେ ରାଜ୍ୟରେ ଚାଷୀ ପଞ୍ଜୀକରଣ ଅବଧି ଶେଷ ହେଉଥିଲା ।
ହେଲେ ନେଟୱର୍କ ସମସ୍ୟା ଓ ଅନ୍ୟାନ୍ୟ ସମସ୍ୟା ଯୋଗୁଁ ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ପଞ୍ଜୀକରଣ କରିପାରିନଥିବା ଦର୍ଶାଇ ଏହି ମହଲତକୁ ଆଉ ବଢ଼ାଇବା ପାଇଁ ଦାବି କରିଥିଲେ ।
ଏହାକୁ ବିଚାରକୁ ନେଇ ରାଜ୍ୟ ସରକାର ଚାଷୀ ପଞ୍ଜୀକରଣ ଅବଧିକୁ ଆଉ ୭ ଦିନ ବଢ଼ାଇଛନ୍ତି ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।
ବିଭିନ୍ନ ସମସ୍ୟା ଯୋଗୁଁ ଅନେକ ଚାଷୀ ପଞ୍ଜୀକରଣ କରିିପାରୁନଥିବାରୁ ସରକାର ଏହି ଅବଧି ବୃଦ୍ଧି କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ।







