ବରଗଡ଼ରେ ତାତିଲେ ଚାଷୀ
ଏଗ୍ରିଷ୍ଟକ ବିରୋଧରେ ଏସପି ଅଫିସ ଘେରଉ
ଚାଷୀଙ୍କ ନାମ ପଞ୍ଜୀକରଣ ପାଇଁ ରାଜ୍ୟ ସରକାରଙ୍କ ନୂତନ ଏଗ୍ରିଷ୍ଟକ ଆଇଡି ବ୍ୟବସ୍ଥାକୁ ରାଜ୍ୟ ତମାମ ଚାଷୀ ବିରୋଧ କରୁଛନ୍ତି ।
ଏହା ଏକ ଜଟିଳ ପ୍ରକ୍ରିୟା ହୋଇଥିବାରୁ ସେମାନଙ୍କ ନାମ ପଞ୍ଜୀକରଣରେ ବାଧା ଉପୁଜିଥିବା ଅଭିଯୋଗ କରି ଏହାର ପ୍ରତିବାଦ କରୁଛନ୍ତି ।
ଏହି କ୍ରମରେ ସୋମବାର ବରଗଡ଼ରେ ଚାଷୀ ତାତିଛନ୍ତି ।
ଏଗ୍ରିଷ୍ଟକ ବ୍ୟବସ୍ଥାକୁ ବିରୋଧ କରି ଆରକ୍ଷୀ ଅଧୀକ୍ଷକଙ୍କ ଅଫିସ ଘେରିଛନ୍ତି ଚାଷୀ ।
ଏଗ୍ରିଷ୍ଟକ ପାଇଁ ଥିବା ନିୟମକୁ ସରଳ କରିବା ପାଇଁ ସେମାନେ ଦାବି କରିଛନ୍ତି ।
ଦାବି ପୂରଣ ନହେଲେ ଆନେ୍ଦାଳନର ଚେତାବନୀ ଦେଇଛନ୍ତି ।








