ପାଣି ଘେରରେ ୪ ଗାଁ
କାଂଶବାଂଶ ଏବଂ ଗମେଇ ନଦୀରେ ଦ୍ୱିତୀୟ ବନ୍ୟା ଆସିବାରୁ ଚାଷ ଜମିରେ ପ୍ରାୟ ୧୦ ଫୁଟ ଉଚ୍ଚର ପାଣି ଚାଲୁଛି ।
ବରଣ୍ଡୁଆ ଓ ସୁଦର୍ଶନପୁର ପଂଚାୟତରେ ଧାନ ତଳି ପଚି ନଷ୍ଟ ହୋଇଯାଇଛି ।
ରାସ୍ତାରେ ବନ୍ୟାପାଣି ଲହଡ଼ି ମାରୁଥିବାବେଳେ ୫ଟି ଘର ଏଥିରେ ଜଳବନ୍ଦୀ ରହିଛନ୍ତି ।
ମହଦାପାହାଡ଼ ଉପରବାହାଳ ପଂଚାୟତର ୪ ଗାଁ ପାଣି ଘେରରେ ରହିଛି । ଫଳରେ ବାହ୍ୟଜଗତରୁ ଏହି ୪ ଗାଁର ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି ।
ଲୋକେ ପାଣି ଭିତରେ ଅସହାୟ ଅବସ୍ଥାରେ ରହିଛନ୍ତି ।
ଖବରପାଇ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଏବଂ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଉଦ୍ଧାର ପାଇଁ ପ୍ରଚେଷ୍ଟା ଜାରି ରହିଛି ।








