ବାହ୍ୟ ଶକ୍ତିରୁ ଦୂରେଇ ରହୁ ଜେନ-ଜେଡ : ମୁଖ୍ୟମନ୍ତ୍ରୀ
ଓଡ଼ିଶାର ଯୁବ ଶକ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଆହ୍ୱାନ ।
ଆମ ଦେଶର ଯୁବକଙ୍କ ରକ୍ତରେ ଶହିଦ ଭଗତ ସିଂହ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ବୀରତ୍ୱ ରହିଛି ।
କୌଣସି ବାହ୍ୟଶକ୍ତି ଏହି ଯୁବବର୍ଗଙ୍କୁ ଦୁର୍ବଳ କରିପାରିବ ନାହିଁ ।
ଆଜିର ଯାତ୍ରାର ମୂଳ ଉଦେ୍ଦଶ୍ୟ ଏକ ହୋଇ ରହିବ ବୋଲି ଆୟୋଜିତ ‘ଘରେ ଘରେ ତ୍ରିରଙ୍ଗା’ କାର୍ଯ୍ୟକ୍ରମରେ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।
ଡିଜିଟାଲ ଯୁଗରେ ଦେଶ ବାହାରୁ ଯୁବବର୍ଗଙ୍କୁ ଭ୍ରମିତ କରାଯାଉଛି ।
ସୋସିଆଲ ମିଡିଆର ଅପବ୍ୟବହାର ଯୁବକଙ୍କୁ ପଥଭ୍ରଷ୍ଟ କରାଯାଉଛି ।
ଦେଶଭକ୍ତି ହିଁ ଆମ ପାଇଁ ସର୍ବପ୍ରଥମ ହେବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ପରାମର୍ଶ ଦେଇଛନ୍ତି ।
ଏକତା ହିଁ ବାହ୍ୟଶକ୍ତିକୁ ଉଚିତ ଜବାବ ଦେବ ବୋଲି ସେ କହିଛନ୍ତି ।








